Breaking News

କରୋନା ସଂକ୍ରମଣକୁ ଆଖି ଆଗରେ ରଖି ନିରାଡ଼ମ୍ବର ଭାବେ ପାଳିତ ହେଲା "ବଡ଼ ଦିନ "ପର୍ବ



ଜଟଣୀ --ବଡ ଦିନ ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କ ପାଇଁ ଗୋଟିଏ ବିଶେଷ ଦିନ ।  ଏହିଦିନର ପ୍ରସ୍ତୁତି ପ୍ରାୟ ଏକ ମାସ ପୂର୍ବରୁ ଆରମ୍ଭ ହୋଇଥାଏ ଯଥା ଉଷା, ବୁଲିବା, କାର ଖ୍ରୀଷ୍ଟିମାସ କାରୋଲ, ବିଭିନ୍ନ ପ୍ରକାର ପ୍ରତିଯୋଗିତା ସହ ଉପାସନା ଓ ପାର୍ଥନା କରାଯାଇଥାଏ । ପ୍ରତ୍ୟେକ ପରିବାର ନୂଆ ଲୁଗା, ସୁସ୍ୱାଦୁ ଖାଦ୍ୟ ଯଥା -କେକ, କାକରା, ଆରିସା ପିଠା ଓ ପାସ୍କୁଲ ପ୍ରସ୍ତୁତ କରାଯାଇ ପରିବାରରେ ଏବଂ ଅନ୍ୟମାନଙ୍କୁ ବଣ୍ଟା ଯାଇଥାଏ । ନୂଆଲୁଗା, ସୁସ୍ୱାଦୁ ଖାଦ୍ୟ ଓ ପାର୍ଥନା ଉପାସନାରେ ଏହି ଦିନଟି କାଟିଥାନ୍ତି । ଏହା 24 ତାରିଖ ରାତିଠାରୁ ଆରମ୍ଭ ହୋଇ 25 ତାରିଖ ଦିନ ଉପାସନା ପରେ ଉତ୍ସବ ସମାପ୍ତ ହୋଇଥାଏ ।  ସବୁବର୍ଷ ପରି ଚଳିତ ବର୍ଷ ସମ୍ପୂର୍ଣ୍ଣ ଭିନ୍ନ, କାରଣ କୋଭିଡ -19 କରୋନା ସଂକ୍ରମଣ ପାଇଁ ଆମଦେଶ ଏବଂ ରାଜ୍ୟରେ ଲକଡାଉନ /ସଟଡାଉନ କରାଯାଇଥିଲା । ସବୁ ଧର୍ମାନୁଷ୍ଠାନ  ଅନୁଷ୍ଠାନ ଗୁଡିକରେ ଭିଡ଼ ବାରଣ  କରାଯାଇଥିଲା । ସରକାରଙ୍କ ଏହି ନିୟମ ଜାନୁଆରୀ 2 ତାରିଖ ପର୍ଯ୍ୟନ୍ତ ବଳବର୍ତର ରହିଅଛି । ମାତ୍ର ସରକାର ବଡ ଦିନ ପାଇଁ ଚର୍ଚ୍ଚ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଥିଲେ ମଧ୍ୟ, ଜଟଣୀର ସମସ୍ତ ଚର୍ଚ୍ଚ ମଧ୍ୟରୁ  ସମସ୍ତ ନୀତିନିୟମକୁ ଆଖିଆଗରେ ରଖି ନିରାଡ଼ମ୍ବର ଭାବେ ଏହି ପର୍ବ ପାଳନ ପାଇଁ ନିର୍ଣ୍ଣୟ ନେଇଛନ୍ତି । "ଆମ୍ଭ ମାନଙ୍କ ପାଇଁ ସର୍ବସାଧାରଣ ଅସୁବିଧାରେ ନପଡ଼ନ୍ତୁ । ଏ ବର୍ଷ ନିରାଡ଼ମ୍ବର ଭାବେ "ବଡଦିନ " ଅର୍ଥାତ "ଖ୍ରୀଷ୍ଟମାସ "ନିଜ ନିଜ ଘରେ ରହି ପାଳନ କରାଯାଇଛି । ସାଂକେତିକ ଭାବେ ଚର୍ଚ୍ଚ ପରିସର ସଜାଯାଇଅଛି । ଅନଲାଇନ ମାଧ୍ୟମରେ ଉପାସନା କରାଯାଉଅଛି । ଓଡ଼ିଆ ବ୍ୟାପିଷ୍ଟ ଚର୍ଚ୍ଚ ସମ୍ପାଦକ ସାଗର ମହାପାତ୍ର ସମସ୍ତଙ୍କୁ ବଡଦିନ ଓ ନୂଆ ବର୍ଷର ଶୁବେଛା ଏବଂ ଅଭିନଦନ ଜଣାଇଛନ୍ତି 
ଜଟଣୀ --ରଙ୍ଗନାଥ ବେହେରା ,୨୫/୧୨/୨୦୨୦----୪,୩୦

Blog Archive

Popular Posts