Breaking News

ସତ୍ୟବାଦୀରେ ତମାଖୁ ସଚେତନତା ଶିବିର

 ସାକ୍ଷୀଗୋପାଳ------- ସାକ୍ଷୀଗୋପାଳ ଅଳଗୁମ ସ୍ଥିତ ଅଳଗୁମ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ତମାଖୁ ସଚେତନତା ଶିିବିର ସତ୍ୟବାଦୀ ପଞ୍ଚାୟତ ସମିତି ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅ୍ମକ୍ଷା ସସ୍ମିତା ପ୍ରଧାନ ସଚେତନତା ଶିବିରରେ ସଭାପତିତ୍ୱ କରିଥିଲେ । ଅତିଥି ଭାବେ ବିଡିଓ କ୍ଷୀରୋଦ କୁମାର ପ୍ରଧାନ, ମେଡିକାଲ ଇନିଚାର୍ଯ୍ୟ ଡଃ. ବିଶ୍ୱଜିତି ମିଶ୍ର, ଏନ.ଟି, ସି.ପିର ସଂଯୋଜକ ସୁଷାନ୍ତ ବିଶ୍ୱାଳ ଙ୍କ ସହିତ ଅଇନଜୀବୀ ଉପେନ୍ଦ୍ର ବିଶ୍ୱାଳ, ସିଡିପିଓ ପ୍ରେମବାଳା ତ୍ରିପାଠୀ, ଥାନାର ସେକେଣ୍ଡ ଅ‘ିସର ବସନ୍ତ କୁମାର ଜେନା ଓ ପେଣ୍ଠପଡା, ଦୁଗଲ, ଜୟପୁର ଆଦି ପଞ୍ଚାୟତର ସରପଞ୍ଚ ଓ ତାଙ୍କ ପ୍ରତିନିଧି ଭାବେ ଯୋଗ ଦେଇଥିଲେ । ବିଶେଷକରି ସତ୍ୟବାଦୀରେ ବେଆଇନ ଭାବେ ତମାଖୁ, ଗୁଟୁକା ବିକ୍ରୟ କୁ ରୋକିବା ପାଇଁ ଆଲେଚନା କରାଯାଇଥିଲା । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୧୨/୨୦--୮,୨୦

Blog Archive

Popular Posts