ବାସ୍ ପତରି କଳାପଟା ସାହିତ୍ୟ ସଂସଦର ବାର୍ଷିକ ଉତ୍ସଵ ପାଳିତ
ବରଗଡ଼---- ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ସହଁରା ଟିକ୍ରାରେ ବାସ୍ ପତରୀ କଳାପଟା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ବିଶିଷ୍ଟ ସାହିତ୍ୟିକ ଉତ୍ପନ୍ନ କୁମାର ଭୋଇ ସଭାପତିତ୍ୱ କରିଥିବା ବେଳେ ଉତ୍ସବରେ ଲୋକ କବି ହଳଧର ନାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କଳାପଟା ସାହିତ୍ୟରେ ବିନ୍ଦୁ ମଧ୍ୟରେ ସିନ୍ଦୁର ମିଳେ ଏବଂ ଏକପଦୀ ସହିତ ବଡ଼ବଡ଼ କାବ୍ୟ କବିତା ରଚନା କରିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ବାସ୍ ପତରି ର ସଂପାଦକ କବି ଗୁଣନିଧି ଭୋଇ ଉଦ୍ଦେଶ୍ୟ ଜ୍ଞାପନ ସହ କବି ସୁଶିଳ ବୁଦ୍ଧିଆ ସ୍ୱାଗତ ଭାଷଣ ଦେଇଥିଲେ।ସେହିପରି ଅଧ୍ୟାପକ ଧ୍ରୁବଚରଣ ପ୍ରଧାନ ଓ ନାରାୟଣ ଭୋଇ ସଭାଟିକୁ ସଂଯୋଜନା କରିଥିଲେ । କବି ରାମ ପ୍ରସାଦ ବାଗ,କବି ଶରତ ଚନ୍ଦ୍ର ପାଢ଼ୀ, ଯୁବରାଜ କୂଦେଇ,ହରିଲାଲ ସାହୁ,ମୁନିରାମ କୁମ୍ଭାର,ରୋହିତ ନାୟକ,ବବୁ ଦାଶ,କବିୟତ୍ରୀ ସୋନାଲି ପାଢ଼ୀ,ନମିତା ଦୀପ, ଶିବାନୀ ପାଢ଼ୀ, ଭରତ ନାୟକ, ପୁଲିସ କବି ବିନୋଦ ବୈକାର,କବି ନରେନ୍ଦ୍ର ମହାନ୍ତି, ଉମେଶ ପ୍ରଧାନ, ମାନସ ଦାସ, ତରଣୀସେନ ପ୍ରଧାନ, ସିଦ୍ଧାନ୍ତ ପୁରୋହିତ,ଗୌରଚନ୍ଦ୍ର ଛନ୍ଦ ପ୍ରମୁଖ କବି ମାନେ ନିଜ ନିଜର ସ୍ବରଚିତ କବିତା ପାଠ କରିଥିଲେ।ସଂଗୀତଜ୍ଞ ଗୁରୁଦେବ ତ୍ରିପାଠୀ ଏବଂ ତାଙ୍କ ଦଳ ସଂଗୀତ ପରିବେଷଣ କରିଥିଲେ।ସଞ୍ଚାର କଳାକାର ଅଲେଖ ସାହୁଙ୍କ ନିପୁଣ ପ୍ରଦର୍ଶନ ସମସ୍ତ ଙ୍କୁ ମନୋମୁଗ୍ଧକର କରିଥିଲା।ବିଶିଷ୍ଟ ସାହିତ୍ୟିକ ଦିଲ୍ଲୀପ ଦେବତା ଅଧିକ ରୁ ଅଧିକ ସାହିତ୍ୟ ଆସର ଭାଷା ସାହିତ୍ୟକୁ ସମୃଦ୍ଧ କରିବ ବୋଲି ମତବ୍ୟକ୍ତ କରିଥିଲେ।ବିଶିଷ୍ଟ କବି ବୃନ୍ଦାବନ ସାହୁ ଙ୍କୁ "ବାସ ପତରି ସାହିତ୍ୟ ସମ୍ମାନ" ପ୍ରଦାନ କରାଯାଇ ଥିଲା।ସେହିପରି ବିଭିନ୍ନ ଅଞ୍ଚଳରୁ ଆସିଥିବା କବି ଓ ସାମ୍ବାଦିକ ମାନଙ୍କୁ ଉପଢୌକନ ସହ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ବର୍ଦ୍ଧିତ କରାଯାଇ ଥିଲା।ବାସ୍ ପତରି ପରିବାର ତରଫରୁ ଦେବାଶିଷ ନନ୍ଦ,ଵିନୟ ଭୋଇ, ସୁରେନ୍ଦ୍ର ପ୍ରଧାନ,ବିଶିକାନ୍ତ ବାଗ, ଗୋପାଳ ଭେଶ୍ରା,ଲକ୍ଷ୍ମଣ ସାହୁ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଟି ସୁଚାରୁ ରୂପେ ସଂପାଦନ ହୋଇ ଥିବାବେଳେ କବି ଲକ୍ଷ୍ମଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍.. ୨୪/୧୨/୨୦୨୦-----୯,୦୦