Breaking News

ଧର୍ମଶାଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅବହେଳା ଅଭିଯୋଗ

 ଫୁଲବାଣୀ----  ୧୬ନମ୍ବର ଜାତୀୟ ରାଜପଥ ସେରାୱାଲି ପେଟ୍ରୋଲ ପମ୍ପ ପାଖରେ ରାତି ୧ଟାରେ ପଞ୍ଚିମ ବଙ୍ଗ ମୁର୍ଶିଦାବାଦ ଜିଲ୍ଲା ର ହୁସେନ ମଣ୍ଡଳ ଏକ ବାଇକ ଯାହାର ନମ୍ବର ଙ୍ଗଭ ଇଢ ୧୮୮୪ ମୁର୍ଶିଦାବାଦ ରୁ ଆସକା ଯାଉଥିବା ସମୟ ରେ ଅସାଵଧାନ ଯୋଗୁ ଏକ ଟ୍ରକ ପଛରେ ଧକ୍କା ଦେଇ ଗୁରୁତର ହୋଇ ପଡ଼ିଥିଲେ । କିଛି ସହହୃଦୟ ବ୍ୟକ୍ତି ୧୦୮ଦ୍ୱାରା ଧର୍ମଶାଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ। ଡାକ୍ତର ତାଙ୍କୁ ଦେଖିଲା ପରେ ମୃତ୍ୟୁ ଘୋଷଣା କରିଥିଲେ। ଦୁଃଖ ର ଘଟଣା ଉକ୍ତ ମୂର୍ତ ଦେହ କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସେହିପରି ବେପରୁଆ ଭାବେ ପକାଇ ଦିଆଯାଇଥିଲା । ସବକୁ ଯଥା ଯଥ ସନ୍ନମାନ ଦେବାର ନିୟମ ଥିଲାବେଳେ ଏଠି ସବୁ ନିୟମ କୁ ଡାକ୍ତର ଖାନା କର୍ତ୍ତୃପକ୍ଷ ଫୁ କରିବାର ଦେଖାଯାଇଥିଲା । ଖବର ସଂଗ୍ରହ ପାଇଁ ସ୍ଥାନୀୟ ଅଞ୍ଚଳ ର କିଛି ସାମ୍ବାଦିକ ବନ୍ଧୁ ମାନେ ପହଁଚି ଥିଲେ ମୃତ୍ୟୁ ସବକୁ କପଡା ନ ଘୋଡାଇ ଖୋଲା ଛାଡି ଦେଇଥିଲେ ।ମୃତ ଶରୀର ରୁ ରକ୍ତ ବହୁଥିଲା ର ଦେଖି  ସାମ୍ବାଦିକ ବନ୍ଧୁ ଆଲ୍ଲାଉଦିନ ନିଜ ହାତରୁ  ଧଳା ଧୋତି କିଣି ସବ କୁ ଘୋଡାଇ ଥିଲେ। ଏହି ଅଭାବନୀୟ ଘଟଣା ସମ୍ପର୍କ ରେ ଡାକ୍ତରଖାନା କର୍ତ୍ତୃପକ୍ଷ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ମନା କରିଦେଇଥିଲେ। ଘଟଣା ବିଷୟ ରେ ଜାଣିଲା ପରେ ଶବକୁ ବ୍ୟବଚ୍ଛେଦ ଗୃହ କୁ ସ୍ଥାନନ୍ତରୀତ  କରିଥିଲେ । ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆସିଲାପରେ ତାଙ୍କୁ ଏ ଘଟଣା ବିଷୟରେ ଅବଗତ କରାଇବାରୁ ସେ ଦୁଃଖ ପ୍ରକାଶ କରିଥିଲେ । ଦୁଇଦିନ ଛୁଟି ରେ ଥିଲେ ବୋଲି କହିଥିଲେ ଏଂବ ଏଭଳି ଅମାନବୀୟ ଘଟଣା ର ପୁନରାବୃତ୍ତି ହେବ ନାହିଁ ବୋଲି ପ୍ରତଶ୍ରୁତି ଦେଇଥିଲେ । 

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ --- ୩୦/୧୨/୨୦୨୦---୭,୨୦

Blog Archive

Popular Posts