Breaking News

ଭୟାଭୟ ଅଗ୍ନିକାଣ୍ଡ, ତିନି ଗାଈ ଓ ଦୁଇଛେଳି ଜୀବନ୍ତ ଦଗ୍ଧ



ଧର୍ମଶାଳା----_ ଗତକାଲି ରାତିରେ ଧର୍ମଶାଳା ବ୍ଲକ ଅନ୍ତର୍ଗତ ପାଟପୁର ଓ ମିର୍ଜାପୁର ପଞ୍ଚାୟତର ବଡବାରିସାହି ଗ୍ରାମରେ ଭୟାଭୟ  ଅଗ୍ନିକାଣ୍ଡ ଘଟିଯାଇଛି ।   ଛବି ମଳିକ, ଭରତ ମଳିକ, ଚିତ୍ତରଞ୍ଜନ ମଳିକ, ନିତ୍ୟାନନ୍ଦ ମଳିକ ଓ ରବୀନ୍ଦ୍ର ମଳିକଙ୍କ ଘରେ ନିଆଁ ଲାଗିଯିବାରୁ ପାଞ୍ଚ ବଖରା ଘର ସହ ଗୁହାଳଘର ପୋଡି ପାଉଁଶ ହୋଇଯାଇଛି ।  ଏହି ଅଗ୍ନି କାଣ୍ଡରେ  ତିନୋଟି ଗାଈ ଓ ଦୁଇଟି ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଘରର ଆସବାସପତ୍ର ସହ. ମାଛ ଧରିବାକୁ ଥିବା ଲକ୍ଷାଧିକ ଟଙ୍କାର  ଜାଲ ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ନିଆଁ ଲାଗିବାର କାରଣ ଏବେବି ଅସ୍ପଷ୍ଟ ।  ଖବର ପାଇ ଚଣ୍ଡିଖୋଲ ଅଗ୍ନିଶ୍ରମ ବାହିନୀ ରାତି ତିନିଟାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ତିନି ଗାଈ ଓ ଦୁଇ ଛେଳି ସହିତ ଲକ୍ଷଧିକ ଟଙ୍କାର ମାଛଧରା ଜାଲ ପୋଡି ପାଉଁଶ ହୋଇଯାଇଛି ।  ଗୁରୁତର ତିନି ଗାଈଙ୍କୁ ଅଗ୍ନିଶ୍ରମ ବାହିନୀ ଉଦ୍ଧାର କରିଥିଲେ । ଖବର ପାଇ ସକାଳୁ ଧର୍ମଶାଳା ବିଧାୟକ୍ ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନି ବିପନ୍ନଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ‌ ।  କିନ୍ତୁ ସବୁଠୁ ବଡ଼ କଥା ହେଉଛି ବିଗତ କିଛିଦିନ ଧରି  ଧର୍ମଶାଳା ଓ ରସୁଲପୁର ଏବଂ ବରୀ ଅଞ୍ଚଳରେ ପାଖପାଖି ପାଞ୍ଚରୁ ଅଧିକ ଅଗ୍ନିକାଣ୍ଡ ଘଟି ଅନେକ୍ ଧନ ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ତେବେ ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି, କାହିଁକି ହଟାତ ଲାଗୁଛି ନିଆଁ, ଆଉ ଜଳି ପୋଡି ପାଉଁଶ ହେଇଯାଉଛି ଧନ ସମ୍ପତ୍ତି ।
 ଧର୍ମଶାଳା ରୁ  ସତ୍ୟରଞ୍ଜନ ପାଢ଼ୀ ରିପୋର୍ଟ,୨୫/୧୨/୨୦୨୦----୧୨,୦୦

Blog Archive

Popular Posts