ପାଲା ମାଧ୍ୟମରେ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ
ସାକ୍ଷୀଗୋପାଳ ------ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପୁରୀଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମୂଳଅଳସା ଗ୍ରାମରେ ପାଲା ମାଧ୍ୟମରେ ଗ୍ରାମବାସୀଙ୍କୁ ସଚେତନତା କରାଯାଇଥିଲା । ଯକ୍ଷ୍ମା ରୋଗର କାରଣ ଓ ନିରାକରଣ ସମ୍ପର୍କରେ ପାଲା ମାଧ୍ୟରେ ଲୋକ ମାନଙ୍କୁ ସଚେତତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ନମିତା ପ୍ରଧାନ, ଆଶାକର୍ମୀ ଶାନ୍ତିଲତା ବରାଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମାତ୍ର ଦୁଖଃର ବିସୟରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କର ଦେଖାନଥିଲା । ପାଲାପରିବେଷଣ କରିଥିଲେ ମା କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟ ପରିଷଦ ବାଇଁଶିବାଡିର କଳାକାର ରମେଶ ଚନ୍ଦ୍ର ପଲେଇ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସୁଦର୍ଶନ ପ୍ରଧାନ, ପୁରନ୍ଦର ପ୍ରଧାନ ଓ ତ୍ରିନାଥ ବେହେରା । ପାଲା ଶେଷ ପର୍ଯ୍ୟନ୍ତ ଗ୍ରାମବାସୀ ମାନେ ବସିରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୧୨/୨୦୨୦----୬,୧୫