ଭୁବନେଶ୍ୱର-----ସରକାରୀ ହାଇସ୍କୁଲ ମେଧାବୀ ଛାତ୍ର/ଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସ୍ଥାନ ସଂରକ୍ଷଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଏକ ଐତିହାସିକ ପଦକ୍ଷେପ।ଏହି ଅବସରରେ ଉତ୍କଳ ବିଶ୍ଵବିଦ୍ୟାଳୟ ବିଜୁ ଛାତ୍ର ଜନତା ଦଳ ଓ ଯୁବ ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ପାଇଁ ଏକ ଧନ୍ୟବାଦ ସଭା ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ଯୁବ ଓ ଛାତ୍ର ବିଜେଡି କର୍ମକର୍ତା ଯୋଗଦେଇଥିଲେ ।
ଧୀରେନ୍ଦ୍ର ସେନାପତି,୩୦/୧୨/୨୦୨୦----୭,୦୫