୧୮ତମ ଚନ୍ଦ୍ର ମାଧବ ମିଶ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମ ଖେଳ ପଡିଆରେ ଶୁକ୍ରବାର ଚନ୍ଦ୍ର ମାଧବ ମିଶ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟଉଦଘାଟନ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟକୁ ଜିଲ୍ଲାପରିଷଦ ସଭ୍ୟ ଧୃବ ଚରଣ ଦାଶ , ସରପଞ୍ଚ ରଶ୍ମିତା ପ୍ରଧାନ ଓ ସମିତି ସଭ୍ୟା ସୁକାନ୍ତି ପାତ୍ର ମ୍ୟାଚଟିକୁ ଉଦଘାଟନ କରିଥିଲେ । ମା ଚର୍ଚ୍ଚିକା ଷ୍ପୋର୍ଟ କ୍ଳବ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରି ଆସୁଛି । ଉଦଘାଟନ ମ୍ୟାଚରେ ପଟ୍ଟନାୟିକିଆ କ୍ରିକେଟ ଦଳ ସହିତ ଉଚ୍ଛୁପୁର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଜି ମ୍ୟାଚ ୧୬ ଓଭର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟଚଜିତି ପ୍ରଥମେ ଉଚ୍ଚୁପୁର କ୍ରିକେଟ ଦଳ ୧୬ ଓଭରରେ ୬ ଉଇକେଟ ବିନିମୟରେ ୨୪୫ ରନ କରିଥିଲେ । ଜବାବରେ ପଟ୍ଟନାୟିକିଆ ଦଳ ୧୬ ଓଭରରେ ୬ ଉଇକେଟ ହରାଇ ୮୮ ରନ କରି ପରାଜୟ କରିଥିଲେ । ଉଚ୍ଚୁପୁର କ୍ରିକଟେ ଦଳ ୧୫୭ ରନରେ ବିଜୟୀ ହୋଇଛି । ଲିପୁନ ୬୯ ରନ କରିବା ସହ ଗୋଟିଏ ଉଇକେଟ ନେଇ ମ୍ୟାନ ଅଫ ଦିମ୍ୟାଚ ହୋଇଛନ୍ତି । ରବୀନ୍ଦ କୁମାର ପ୍ରଧାନ ଓ ସୁରେନ୍ଦ୍ର ସାହାଣି ଖେଳ ପରିଚାଳନା କରିଥିଲେ । ଆସନ୍ତା କାଲି ଚାରିଛକ ଓ ଦକ୍ଷିଣସାହି କ୍ରିକେଟ ଦଳ ମଧ୍ୟରେ ମ୍ୟାଚ୍ଚ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏହି ଟୁର୍ଣ୍ଣାମେଣ୍ଟରେ ୨୪ ଟି ଦଳ ଅଂଶଗ୍ରହଣ କରିବେ ବୋଲି ଦୁଃଶାସନ ପ୍ରଧାନ ଜଣାଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୧୨/୨୦୨୦----୮,୫୦