Breaking News

ଡେଲାଙ୍ଗରେ ବିଜେପିର ବିଦ୍ରୋହି ଗୋଷ୍ଠୀର ଉପନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ; ଡେଲାଙ୍ଗ ରାଜନୀତି ସରଗରମ

 


 ଡେଲାଙ୍ଗ ----  ଡେଲାଙ୍ଗରେ ବିଜେପିର ଏକ ବିଦ୍ରୋହି ଗୋଷ୍ଠୀ ଏବେ ଉପନିର୍ବାଚନ ପାଇଁ  ପଞ୍ଚାୟତ ସ୍ତରୀୟ ବୈଠକ ଆରମ୍ଭ କରିଛି । ଯାହାକୁ ନେଇ ଡେଲାଙ୍ଗ ରାଜନୀତି ଏବେ ସରଗରମ ହୋଇ ପଡିଛି । ଡେଲାଙ୍ଗରେ ବିଜେପିର ଖରାପ ଅବସ୍ଥାରେ ଯେଉଁମାନେ ଦଳକୁ ବଞ୍ଚାଇ ରଖିଥଲେ ସେମାନେ ଏବେ ଅଯୋଗ୍ୟ ହୋଇପଡିଛନ୍ତି । ଅନ୍ୟ ପକ୍ଷେ ଦଳୀୟ କର୍ମୀ ମାନେ ବିଧାନସଭା ଓ ଲୋକସଭା ନିର୍ବାଚନରେ ଦଳୀୟ ପାର୍ଥୀଙ୍କ ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ମାତ୍ର ଦଳୀୟ ପ୍ରାର୍ଥୀ ପରାଜୟ ବରଣ କରିଥିଲେ । ସେଥିପାଇଁ ଆମେ କ’ଣ ଦାୟୀ । ଫନି ବାତ୍ୟା ପରେ କୌଣସି ଦଳୀୟ ନେତାଙ୍କର ଦେଖା ନ ଥିଲା  ଆଦି ସମ୍ପର୍କରେ ଦଳୀୟ ନେତାଙ୍କୁ ପଚାରିବାରୁ ସେମାନଙ୍କୁ  ଦଳୀୟ କାର୍ଯ୍ୟକ୍ରମରୁ ବାଦ କରାଯାଇଛି ବୋଲି ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରିଥିବା ମୁନିନ୍ଦା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଦୁର୍ଗା ଚରଣ ରାଉତରାୟ ପ୍ରଶ୍ନ ପଚାରିଛନ୍ତି । ମୁନିନ୍ଦା ଓ କଲ୍ୟାଣପୁର ଗ୍ରାମ ପଞ୍ଚାୟତର ଶତାଧିକ ବିଜେପି କର୍ମୀ ମାନେ ଯୋଗଦେଇଥିଲେ । କଲ୍ୟାଣପୁର ଠାକୁରାଣୀଙ୍କ ପୀଠରେ ଅନୁଷ୍‌ଠିତ ବୈଠକରେ ଶ୍ରୀ ରାଉତରାୟ ଅତିଥି ପରିଚୟ ପ୍ରଦାନ କରିବା ସହ ପ୍ରାରମ୍ଭିକ ସୁଚନା ପ୍ରଦାନ କରି ଜନସାଧାରଣଙ୍କ ଠାରୁ ମତାମତ ସଂଗ୍ରହ କରିଥିଲେ । ଆଗାମୀ ଦିନରେ ଏହିପରି ୧୨ ଗୋଟି ପଞ୍ଚାୟତରେ ବିଜେପି କର୍ମୀ ମାନଙ୍କୁ ଏକାଠି କରାଯାଇ ତୃଣମୁଳ ସ୍ତରରେ ଦଳକୁ ମଜବୁତ କରାଯିବା ପାଇଁ ନିସ୍ପତି ଗ୍ରହଣ କରାଯାଇଛି । ଆବଶ୍ୟକ ପଡିଲେ ଦଳୀୟ ନେତା ମାନଙ୍କୁ ଅଣଦେଖା କରିଥିବା କର୍ମୀ ମାନେ ଏକଜୁଟ ହୋଇ ଏହାର ଜବାବ ଦେବେ ବୋଲି ଜଣାପଡିଛି । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ ଅଭୟ ଚରଣ ରାଉତରାୟ, ଆନ୍ତର୍ଜାତୀୟ କ୍ରୀଡା ପ୍ରଶିକ୍ଷକ ବିକାଶ ଚନ୍ଦ୍ର ପଟ୍ଟନାୟକ, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ଅଜୟ କୁମାର ରାଉତରାୟ, ଘନଶ୍ରାମ ପ୍ରଧାନ, ଗୁରୁ ଚରଣ ପ୍ରଧାନ, ରଞ୍ଜନ ପଣ୍ଡା, ଦିବ୍ୟସିଂହ ଦାସ, ସବେଶ୍ୱର ମହାନ୍ତି, ଚିତ୍ତରଞ୍ଜନ ଜେନା, ପ୍ରମୋଦ ପାତ୍ରଙ୍କ ସହ ଶତାଧିକ ଯୁବକ କର୍ମୀ ମାନେ ଏହି ବୈଠକରେ ସାମିଲ ହୋଇଥିଲେ । ପୂର୍ବତନ ଡେଲାଙ୍ଗ ମଣ୍ଡଳ ସଭାପତି ଦୀଲିପ ଧାଉଡିଆ ଧନ୍ୟବାଦ ଦେଇଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୭/୧୨/୨୦୨୦--- ୮,୦୦

Blog Archive

Popular Posts