Breaking News

ସାଇ ସାହିତ୍ୟ ସଂସ୍ଥାନର ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ


 ଡେଲାଙ୍ଗ-----ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ବିଳାସପୁର ଠାରେ  ସାଇ ସାହିତ୍ୟ ସଂସ୍ଥାନ ପକ୍ଷରୁ ରାଜ୍ୟ ସ୍ତରୀୟ ସାରସ୍ୱତ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡିଶା ସାହିତ୍ୟ ଏକାଡେମୀ ର ନାଟ୍ୟ ବିଭୁଷଣ ଗୌରବ ପ୍ରାପ୍ତ ବିଭୁୁତି ଭୁଷଣ ପଟ୍ଟନାୟଙ୍କ  ଅଧ୍ୟକ୍ଷତା କରିଥିଲେ । । ଏଥିରେ ମୁଖ୍ୟ ଅତିଥ୍ର ରୁପେ ଶ୍ରୀକର ପାଢୀ,ସମ୍ମାନିତ ଅତିଥି ଭାବେ ଦିବ୍ୟଲୋଚନ ଭାରିମଲ୍ଲ ,ନିରୁପମା ମହାପାତ୍ର ,ସୁନିତା ପଣ୍ଡା ,ମାନସ ରଜଂନ ପଟ୍ଟନାୟକ,ଶରତ ଚନ୍ଦ୍ର ପଟ୍ଟନାୟକ ଯୋଗ ଦେଇ ଓଡିଆ ଭାଷା,ସଂସ୍କୃତି ଓ ସାହିତ୍ୟ ସୁୁରକ୍ଷା ପାଇଁ ଆହ୍ୱାନ ଦେବା ସହିତ ସାମାଜିକ ପରିବର୍ତନରେ ସାହିତ୍ୟର ଅବଦାନ ଅନେକ ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠାର ସଂପାଦକ ତଥାକବି ସୁଦର୍ଶନ ପ୍ରଧାନ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ । ସାରସ୍ୱତ ସାଧିକା ସରୋଜିନୀ ଜେନା ଏବଂ ବରିଷ୍ଟ କବି ବିପିନୀ ବେହେରା ସଂଯୋଜନା କରିଥିଲେ । ଯୁୁବ ସାହିତ୍ୟକ ବିଶ୍ୱଜିତ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁସଂଖ୍ୟାରେ କବି,କବୟତ୍ରୀ ସ୍ୱରଚିତ କବିତା ଆବୃତି କରିଥିଲେ । ସଂସ୍ଥାନ ପକ୍ଷରୁ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ  ସମ୍ବୋର୍ଦ୍ଧିତ କରା ଯାଇଥିଲା ।ଏହି ପରିପେକ୍ଷୀରେ ଡେଲାଙ୍ଗର ସାମ୍ବାଦିକ ତଥା ପ୍ରକୃତିବନ୍ଧୁ ପ୍ରାପ୍ତ ଦିଲ୍ଲିପ  ଧାଉଡିଆଙ୍କୁ ଶ୍ରେଷ୍ଠ ସାମ୍ବାଦିକ ଓ ସାଇ ସାହିତ୍ୟ ସାରସ୍ୱତ ସମ୍ମାନ ରେ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରା ଯାଇଥିଲା । ସେହିପରି ଦୁର୍ଗା ପ୍ରସାଦ ସାହୁଙ୍କୁ ଗାୟକ ମାତଣ୍ଡ ,ସାରସ୍ୱତ ସମ୍ମାନରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ବରିଷ୍ଠ ସାରସ୍ୱତ ସାଧକ ସୁଦର୍ଶନ ପ୍ରଧାନଙ୍କ ସ୍ୱଲିଖିତ ପୁସ୍ତକ ଅଭିଷେକ ର ଅତିଥିଙ୍କ ଦ୍ୱାରା ଉନ୍ମୋଚନ ଓ ସମୀକ୍ଷା କରାଯାଥିଲା । ଏଥିସହ ଯୁବ ସାହିତ୍ୟକ ହୃଷକେଶ ପାଢୀଙ୍କ ସଂଗୃହିତ ବ୍ୟାନର  ମୋ ଗାଁରେ ପରିବେଶ ସଚେତତନ ଅଭିଯାନ କୁ  ଅତିଥିଙ୍କ  ଦ୍ୱାରା ଲୋକାର୍ପିତ ହୋଇଥିଲା । ଶେଷରେ କବି ଶରତ ଚନ୍ଦ୍ର ମହାପାତ୍ର  ଧନ୍ୟବାଦ ଅର୍ପଣ କରିଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୭/୧୨/୨୦୨୦,----୮,୪୦

Blog Archive

Popular Posts