Breaking News

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଂଚକତାକୁ ରାଜ୍ୟ ବିଜେପିର ବିରୋଧ



ଜଟଣୀ --ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ ଓ ଚଞ୍ଚକତା କରୁଥିବା ନବୀନ ସରକାରଙ୍କ ବିରୋଧରେ ଜଟଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଗରେ ବିଜେପି ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କର୍ଯ୍ୟରତ ବିଡ଼ିଓ ସରୋଜ କୁମାର ରାଉତଙ୍କୁ ଏକ ସ୍ମାରକ ପତ୍ର ଜଟଣୀ ବିଜେପିର କାର୍ଯ୍ୟକାରୀ ସଦସ୍ୟ ତଥା ବିଧାୟକ ପାର୍ଥୀ  ବିଶ୍ୱରଂଜନ ବଡ଼ଜେନା ଅଧକ୍ଷତାରେ ନବୀନ ସରକାରଙ୍କ ବିରୋଧରେ ପ୍ରଦାନ କରାଯାଇଥିଲା । ପରେ ଜଟଣୀ ଥାନାରେ ପହଁଞ୍ଚି କାର୍ଯ୍ୟରତ ଅତିରିକ୍ତ ଅଧିକାରୀ ସନ୍ତୋଷ ଜେନାଙ୍କୁ ଏକ ନବୀନ ସରକାରଙ୍କ ବିରୋଧରେ ଏତଲା ପ୍ରଦାନ କରାଯାଇଥିଲା । ୨୦୨୨ ମସିହା ସୁଦ୍ଧା ଦେଶରେ ସବୁ ଗରିବଙ୍କ ମୁଣ୍ଡ ଉପରେ ଛାତ ରହିବା ଯୋଜନା 'ପ୍ରଧାନମନ୍ତ୍ରୀ ଆବାସ ଯୋଜନା " କିନ୍ତୁ ରାଜ୍ୟସରକାର ସମସ୍ତ କେନ୍ଦ୍ରୀୟ ଯୋଜନାକୁ ହଡପ କରି ଚଞ୍ଚକତାର ସହ ନିଜ ଯୋଜନାଭାବେ ପରିବର୍ତନକରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରି ଚାଲିଛନ୍ତି ରାଜ୍ୟସରକାର  । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଫଳକରେ ଛୋଟ ଅକ୍ଷରରେ ପ୍ର. ଆ. ଯୋ (ଗ୍ରାମୀଣ ) ଲେଖାଥିବା ବେଳେ ଚଞ୍ଚକତାକରି ବିଜୁ ବାବୁଙ୍କ ଫଟୋ ଲୋଗୋ ସହ ବଡ ବଡ ଅକ୍ଷରରେ "ବିଜୁପକ୍କା ଘର "ଯୋଜନା ଲେଖି ନିର୍ମିତ ଗୃହରେ ଷ୍ଟିକର ମାରୁଛନ୍ତି । 10/12 ବର୍ଷ ତଳୁ ନୁର୍ମିତ୍ତ ହୋଇଥିବା ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପକ୍କା ଘରେ ଏବେ ବିଜୁ ପକ୍କା ଘର ଷ୍ଟିକର ମାରି ଏଥି ସହ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ଚିଠି ବାଣ୍ଟୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହା ସହିତ ଯେଉଁଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବୋଲି ଉଲ୍ଲେଖନକରି ସବୁ ପକ୍କାଘର ତାଙ୍କ ସରକାର ଯୋଗାଇ ଦେଇଛନ୍ତିବୋଲି ଏକ ମିଥ୍ୟା ବାର୍ତ୍ତା ଦେଇ ରାଜ୍ୟବାସୀଙ୍କୁ ପ୍ରଚାରିତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । କେନ୍ଦ୍ରସରକାରଙ୍କ କୌଣସି ସ୍ଥାୟୀ ଯୋଜନାକୁ ରାଜ୍ୟସରକାର ପରିବର୍ତ୍ତନ କରିପାରିବେ ନାହିଁ ଏହା ଆଇନ ବିରୋଧ ଅଟେ । ଏହା (IPC) ର 420 ଧାରା ଅନୁଯାଇ ଠକେଇ ଓ ଦଣ୍ଡନୀୟ ଅପରାଧ ଅନୁଯାଇ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କ ନାମରେ ମକଦମା ରୁଜୁ କରିବା ପାଇଁ ଜଟଣୀ ବିଜେପି ପକ୍ଷରୁ ଜଟଣୀ ବ୍ଲକ ଏବଂ ଜଟଣୀ ଥାନାରେ ଅଭିଯୋଗ ପତ୍ର ପ୍ରଦାନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ସଭା ନେତ୍ରୀ ପ୍ରବୀଣା ପ୍ରିୟଦର୍ଶନୀ ,ଭଞ୍ଜ ଦେଓ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମିମୟୀ ପଟନାୟକ, ମଣ୍ଡଳ ସଭାପତି ତିରୁପତି ଶତପଥୀ, ଉପସଭାପତି ଶତିଶ ଶର୍ମା, ସାଂସଦ ପ୍ରତିନିଧି ପଦ୍ମ ଚରଣ ପ୍ରଧାନ, ଜିଲ୍ଲା ଉପସଭାପତି ରୋଜିନା ରାଣୀ ଦାଶ, ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ନାୟକ, ମିଟୁ ମାର୍ଥା, ରବିନାରାୟଣ ସ୍ୱାଇଁ  ପ୍ରମୁଖ ଉପସ୍ଥିତ ଥିଲେ ।
ଜଟଣୀ --ରଙ୍ଗନାଥ ବେହେରା ୨୯/୧୨/୨୦୨୦--- ୧୦,୧୦

Blog Archive

Popular Posts