Breaking News

ବାଉଁଶ ବୁଦା ଜଳିଗଲା ; ବଡ ଧରଣର ଅଗ୍ନିକାଣ୍ଡରୁ ରକ୍ଷା


 ଡେଲାଙ୍ଗ -------ଡେଲାଙ୍ଗ ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମର  ବିଶ୍ୱମ୍ବର ପାହାନ୍ତାସିଂହଙ୍କ ବାରିରେ ଥିବା ବାଉଁଶ ବୁଦାରେ ନିଆଁ ଲାଗି ଯାଇଥିଲା ।  ଚାହୁଁ ଚାହୁଁ ବାଉଁଶ ବୁଦା ମୁଳରେ ଶୁଖିଲା ବାଉଁଶ ପତ୍ର ଜଳି ଉଠିଥିଲା । ନିଆଁ ଲିଭାଇବା ସମ୍ଭବପର ହୋଇନଥିଲା । ଡେଲାଙ୍ଗ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗର ଅଧିକାରୀ ଜନ୍ଦ୍ର ଶେଖର ଜେନା,  ହାବିଲଦାର ଜୟରାମ ସାହୁ, ଆଗ୍ନିକ ବିକାଶ କୁମାର ଧିର, ପ୍ରକାଶ ଚନ୍ଦ୍ର ସେଠୀ, ଡ୍ରାଇଭର ସୁମନ୍ତ ସାହୁ ଘଟଣା ସ୍ଥଳରେ  ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଯାହା ଫଳରେକି ଏକ ବଡଧରଣ ଅଘଟଣରୁ ରକ୍ଷା କରାଯାଇ ପାରିଛି ବୋଲି ଅଗ୍ନିଶମ ଅଧିକାରୀ ଶ୍ରୀ ଜେନାଙ୍କ ଠାରୁ  ସୁଚନା ମିଳିଛିା 



 

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି,  ୨୨/୧୨/୨୦୨୦----୮, ୪୦

Blog Archive

Popular Posts