ଶୁକଳରେ ପକ୍ଷୀ ମାନଙ୍କ ସୁରକ୍ଷା ଅଭିଯାନରେ ବାହାରିଥିବା ବିଶ୍ୱଜିତଙ୍କୁ ସମ୍ବର୍ଦ୍ଧନା
ସାକ୍ଷୀଗୋପାଳ------ଡେଲାଙ୍ଗ
ବରକେରା ଗ୍ରାମରୁ ପକ୍ଷୀ ମାନଙ୍କର ସୁରକ୍ଷା ଅଭିଯାନରେ ସାଇକେଲରେ ବାହାରିଥିବା ଡେଲାଙ୍ଗର ବୋଳକଣା ଗ୍ରାମର ପକୃତିବନ୍ଦୁ ବିଶ୍ୱଜିତ ପରିଡାଙ୍କୁ ସତ୍ୟବାଦୀ ବ୍ଳକର ଶୁକଳ ଛକ ଠାରେ ଏକ ସମ୍ବର୍ଦ୍ଧନା ଦିଆଯାଇଛି । ଡେଲାଙ୍ଗ ରୁ ସାଇକେଲରେ ବାହାରି ବିଭିନ୍ନ ଛକ ,ବଜାର ଜନଗହଳି ସ୍ଥାନରେ ପ୍ରଥପାନ୍ତ ସଭା ମାଧ୍ୟମରେ ପକ୍ଷୀ ମାନଙ୍କୁ ସୁରକ୍ଷା ଦେବା ବାର୍ତ୍ତା ପ୍ରଦାନ କରି ବ୍ରହ୍ମଗିରି ପର୍ଯ୍ୟନ୍ତ ଯିବେ ବୋଲି ଜଣାପଡିଛି । ଶୁକଳ ଲୁଣା ଓ ରନ୍ôଚିରା ଆଡନଇ ପୋଲ ନିକଟରେ ଶୁକଳ ମାର୍କଣ୍ଡପଡା ଓ ଗୁଆଳିପାରି ଗ୍ରାମବାସୀଙ୍କ ସହିତ ଶିକ୍ଷକ କାହ୍ନୁ ଚରଣ ପ୍ରଧାନ, ୱାର୍ଡ ସଭ୍ୟ ଶ୍ରୀରାମ ପଣ୍ଡା, ବଳରାମ ପ୍ରଧାନଙ୍କ ଉପସ୍ଥିତିରେ ଶ୍ରୀ ପରିଡାଙ୍କୁ ସ୍ୱାଗତ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୧୨/୨୦୨୦----୧୦,୪୦