ଭେଡେନ ବ୍ଲକରେ ହାତୀପଲ,ବନ ବିଭାଗ ନାକେଦମ.
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:- ବରଗଡ଼ଜିଲ୍ଲା ଭେଡେନ ବ୍ଲକରେ ଗତକାଲି ରାତିରେ ହାତୀପଲ ମହାନଦୀ ପାରିହୋଇ ବ୍ରାହ୍ମଣ ତୁରୁମ ଠାରେ କୁଳ ଲଙ୍ଘି ପ୍ରାୟତଃ ଏହି ଗୋଠରେ ୫ଟି ଦନ୍ତାହାତୀ ସହିତ ଛୋଟ ଛୁଆ ଙ୍କୁ ମିଶାଇ ୩୫ଟି ହାତୀ ରହିଛନ୍ତି। ଏହି ହାତୀ ପଲ ଗଣ୍ଡତୁରୁମ ଗ୍ରାମର ଉଗ୍ରସେନ ଦଣ୍ଡସେନା ଙ୍କ ୫ଏକର,ଗୋଲେଖ ମହାରଣା ଙ୍କ ୧୦ଏକର,ସୁଦର୍ଶନ ସାହୁ ୧୦ଏକର, ଲୋକନାଥ ସାହୁଙ୍କ ୩ଏକର ଏବଂ ମହୁଲପାଲି ଗ୍ରାମର ପ୍ରଶାନ୍ତ କରଙ୍କ ୨୦ଏକର ଜମିରେ ଲଗାଯାଇଥିବା ଧାନ ତଳି ଦଳିଚକଟି ନଷ୍ଟ କରିଦେଇ ଛନ୍ତି। ସେହିପରି ଗଣ୍ଡତୁରୁମ ଗ୍ରାମର ଚନ୍ଦ୍ରଶେଖର ନାଗଙ୍କ ଖଳାରେ ଗଦା ହୋଇଥିବା ୪ଏକର ଜମିର ଧାନ ଖରି ଖାଇ ନଷ୍ଟ କରିଦେଇଛନ୍ତି।ଖବରପାଇ ବରଗଡ଼ ରେଞ୍ଜର ମହେନ୍ଦ୍ର କୁମାର ପାତ୍ର ସଦଳବଳେ ବିଭିନ୍ନ ଡ଼ାକବାଜି ଯନ୍ତ୍ର ଦ୍ବାରା ହାତୀଙ୍କୁ ଘଉଡେଇବା ପାଇଁ ମଙ୍ଗଳବାର ରାତିରେ ପହଞ୍ଚିଥିଲେ। ମାତ୍ର ହାତୀପଲ ମେହେନା ପଟକୁ ପଳାଇଥିଲେ।ତେବେ ଏହି ଦଳ ଭାଲୁ ପାଲି ସ୍ଥିତ ଏକ ନାଳରେ ରହିଛନ୍ତି। ଉକ୍ତ ସ୍ଥାନରେ ଜନସାଧାରଣ ଘେରି ରହିଛନ୍ତି।ଫଳରେ ହାତୀ ଘଉଡ଼ାଇବା କୁ ବନବିଭାଗ ପକ୍ଷରୁ ନାକେଦମ ହେବାକୁ ପଡୁଥିବା ଦେଖିବାକୁ ମିଳିଛି।
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ୨୪/୧୨/୨୦୨୦-----୮,୩୦