ସାଇବାବାଙ୍କ ବିଗ୍ରହ ପ୍ରତିଷ୍ଠା
କୋଦଳା -ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ. ଛଚିନା ସ୍ଥିତ ଗିରିପୂଜା ପାହାଡ଼ ଶୀର୍ଷରେ ଥିବା ସାଇବାବାଙ୍କ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ମନ୍ଦିର ପରିସରରେ ଅଧିବାସ କରାଯିବା ପରେ ହୋମ ଯଜ୍ଞ କରାଯାଇ ପ୍ରାଣ ପ୍ରତିଷ୍ଠ।କରାଯାଇଥିଲା । ଭକ୍ତଙ୍କ ଗହଣରେ ଗ୍ରାମ ପରିକ୍ରମା କରାଯାଇ ମନ୍ଦିର ପରିସରକୁ ଆସିବା ସହ ମନ୍ଦିରରେ ମଧ୍ୟ ପୂଜାର୍ଚନା ଆରମ୍ଭ କରାଯାଇଥିଲା । ଶେଷରେ ବିଗ୍ରହକୁ ସଂସ୍ଥାପନ କରାଯାଇଛି। ଏଥିରେ ଗ୍ରାମବାସୀଙ୍କ ସହ ବିଭିନ୍ନ ସାଧୁ ସନ୍ଥ ଯୋଗଦେଇ ବିଭୁ କୃପା ଲାଭ କରିଥିଲେ ।
କୋଦଳା ରୁ ଆଶିଷ କୁମାର ,୨୫/୧୨/୨୦୨୦,୫,୦୦