ବିଜୁ ଜନତା ଦଳ ପକ୍ଷରୁ 24 ତମ "ପ୍ରତିଷ୍ଠା ଦିବସ "ପାଳିତ
ଜଟଣୀ -- ଜଟଣୀ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ କୁଦିଆରୀ ଗ୍ରାମର "ଝରଣା "କଲ୍ୟାଣ ମଣ୍ଡପ ଠାରେ ୨୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଦଳେଇ (ଚାଇନା )ଙ୍କ ପୌରାହିତରେ ସଭା ପାଳିଚଳନା ହୋଇଥିଲା ।
ଏହି ପ୍ରତିଷ୍ଠା ସଭାର ଶୋଭା ମଣ୍ଡନ କରିଥିଲେ ମୁଖ୍ୟ ଅତିଥି ରୂପେ ବିଜୁ ଜନତା ଦଳର ତଥା ଜଟଣୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟ, ବିଜୁ ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ଦଳେଇ, ସନ୍ତୋଷ ଜେନା, ଆଶୁତୋଷ ପ୍ରତାପ ସିଂ, ନମିତା ପାଲ, ବିଭୁତି ଭୂଷଣ ମିଶ୍ର ପ୍ରମୁଖ ସ୍ବର୍ଗତ ବିଜୁବାବୁଙ୍କ ଆମର ଆତ୍ମାକୁ ସମ୍ମାନ ଜଣାଇ ଦ୍ବୀପ ପଜ୍ଵଳନ କରି ସଭା ଉଦଘାଟନ କରିଥିଲେ । ଆଜକୁ ତେଇଶି ବର୍ଷ ପୂର୍ବେ ଅର୍ଥାତ ୧୯୯୬ ମସିହା ଡିସେମ୍ବର ମାସ ୨୬ ତାରିଖ ଦିନ ଓଡ଼ିଶାରେ "ବିଜୁ ଜନତା "ଦଳ ପ୍ରତିଷ୍ଠା କରାଯାଇଥିଲା । ବିଜୁ ପଟ୍ଟନାୟକ ଥିଲେ ଓଡ଼ିଶାର "ଭୂମି ପୁତ୍ର "। ସେ ସବୁବେଳେ ଓଡ଼ିଶାରେ ବସବାସ କରୁଥିବା ସାଢେ ଚାରି କୋଟି ଓଡ଼ିଆ ବାସୀଙ୍କ ସମସ୍ୟା ଉପରେ ଗୁରୁତ୍ୱଆରୋପ କରୁଥିଲେ । ଓଡିଶାକୁ ସୁନ୍ଦର ଭାବେ ଗଢି ତୋଳିବା ତାଙ୍କର ମୂଳଲକ୍ଷ୍ୟ । ବିଜୁ ବାବୁଙ୍କ ଦେହାନ୍ତ ପରେ ତାଙ୍କ ସୁଯୋଗ୍ୟ ସନ୍ତାନ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପିତାଙ୍କ ଅଧୁରା ସ୍ବପ୍ନକୁ ସମ୍ପୂର୍ଣ୍ଣ ରୂପେ ସାକାର କରିଵା ଉଦେଶ୍ୟରେ ରାଜ୍ୟ ରାଜନୀତିକୁ ପଦାର୍ପଣ କରି "ବିଜୁ ଜନତା"ଦଳ ଗଠନ କଲେ । ଓଡିଶାର ସାଢେ ଚାରି କୋଟି ଓଡ଼ିଆଙ୍କ ହୃଦୟରେ ନିଜକୁ ସ୍ଥାପନ କରି ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ପଦରେ ମଣ୍ଡିତ ହୋଇ ସମଗ୍ର ବିଶ୍ୱରେ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀରୂପେ ପରିଚିତ ହେଲେ । ଦଳର ମୁଖ୍ୟ ଉଦେଶ୍ୟ ଚାଷୀ ମାନଙ୍କ ଉଚିତ ସହାୟକ ମୂଲ୍ୟ ବୃଦ୍ଧି, ରାଜ୍ୟରେ ଖଣି ରାୟଲଟି ବୃଦ୍ଧି, ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ, ଦଳଳେ ଗୋଷ୍ଠୀ କନ୍ଦଳ ଉଛେଦ ପ୍ରମୁଖ । ଦଳର ମୂଳ ଲକ୍ଷ୍ୟ "ମା "କୁ ସମ୍ମାନ /"ଗାଁ "କୁ କାମ । ଜଟଣୀ ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳ ପ୍ରତ୍ୟକ କ୍ଷେତ୍ରରେ ଜଟଣୀର ଉନ୍ନତି ତାଙ୍କର ମୂଳ ଲକ୍ଷ୍ୟ । ଜଟଣୀ ମୁଖ୍ୟ ସମସ୍ୟା ଏଖରତମାଲ /ଟାଉନ ଖାସ ମହଲରେ ବସବାସ କରୁଥିବା ଅଞ୍ଚଳ ବାସୀଙ୍କୁ ସ୍ଥାୟୀରୂପେ ପଟା ବଣ୍ଟନ । ଜଟଣୀର ଝୁପୁଡି ବାସିନ୍ଦାଙ୍କ ଥଇଥାନ ବ୍ୟବସ୍ଥା । ଜଟଣୀ ସହରର ଆଉ ଏକ ମୁଖ୍ୟ ସମସ୍ୟା ଉଡ଼ନ୍ତା ପୋଲ ନିର୍ମାଣକୁ ତ୍ୱରାନ୍ୱିତ କରି ଯଥା ସମ୍ଭବ କାର୍ଯ୍ୟ ଶେଷ କରିବା । ଜଟଣୀରେ ଅବସ୍ଥିତ "ମଧୁସୂଦନ "ନଗରକୁ ପଂଚାୟତରୁ ପୌରାଞ୍ଚଳ ଅନ୍ତର୍ଭୁକ୍ତ କରିବା ଦଳର ଲକ୍ଷ୍ୟ , ଲୋକକଲୋନୀରେ ଅବସ୍ଥିତ ଧୋବା ତୁଠରେ ବସବାସ କରୁଥିବା ଶହେ ପରିବାରକୁ ଥଇଥାନ ଏବଂ ସୁରକ୍ଷା ପ୍ରଦାନ ଦିଗରେ ପ୍ରଦକ୍ଷେପ ଗ୍ରହଣ କରିବା ଦଳର ଲକ୍ଷ୍ୟ ବୋଲି ଦଳର ମୁଖପାତ୍ର ବିଭୁତି ବଳବନ୍ତରାୟ ତାଙ୍କ ଅଭିଭାଷଣରେ କହିଥିଲେ ।ସେ ସଭାରେ ଉପସ୍ଥିତ ସମସ୍ତ ବିଜୁ ଜନତା ଦଳର କର୍ମୀ ମାନଙ୍କୁ ସମ୍ବୋଧନ କରି କହିଥିଲେ ଆଜିଠାରୁ ଏହି ପ୍ରତିଷ୍ଠା ଦିବସରେ ସଂକଳ୍ପ କରିବା ଆଗାମୀ ନିର୍ବାଚନରେ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କୁ ଷଷ୍ଠ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ରୂପେ ନିର୍ବାଚିତ କରାଇବା ପାଇଁ ଆମେମାନେ ସମସ୍ତେ ଶପଥ ନେବା । ଯେଉଁ ସମୟରେ ରାଜ୍ୟରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ରକ୍ତର ଅଭାବ ସଂକଟକୁ ଦୂର କରିବାପାଇଁ "ଜୀବନ ବିନ୍ଦୁ "କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ସଂଗ୍ରହ କରି ରକ୍ତର ଅଭାବକୁ ଦୂର କରିଥିଲେ । ଏହା ଥିଲା ବିଜୁ ଜନତା ଦଳର ପ୍ରଥମ ପଦକ୍ଷେପ । ଏହି କାର୍ଯ୍ୟକ୍ରମରେ ଅନେକ ବିଜୁ କର୍ମୀଙ୍କ ମଧ୍ୟରୁ ଅର୍ଣ୍ଣପୂର୍ଣ୍ଣା ସାହୁ, ବୀର ସେଠି, ଶଶାଙ୍କ ଶେଖର ରାୟ, ଅନନ୍ତ ଶତପଥୀ, ସୁଦର୍ଶନ ସୁନ୍ଦରାୟ, ସନ୍ତୋଷ ହୋତା, କୁନେଇ ମହାପାତ୍ର, ସୋମ୍ୟ ସୋମାଲିକ, ଏମ. ଡ଼ି. ଅରିଫ, ସୁଶାନ୍ତ ପାଲଟା ସିଂ, କୈଳାସ ଚନ୍ଦ୍ର ମହାପାତ୍ର, ବୁଣୁଧର ମଙ୍ଗରାଜ ପ୍ରମୁଖ ଉପସ୍ଥିତ ରହି ପ୍ରତିଷ୍ଠା ଦିବସକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ । ସଭା ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।
ଜଟଣୀ -ରଙ୍ଗନାଥ ବେହେରା ,୨୬/୧୨/୨୦୨୦----- ୬,୩୦