Breaking News

କେନ୍ଦ୍ରସରକାର ଙ୍କର ଆବାସ ଯୋଜନା କୁ ରାଜ୍ୟ ସରକାର ରାଜ୍ୟ ଯୋଜନା ବୋଲି ପ୍ରଚାର କରିବା ଅଭିଯୋଗରେ ଥାନା ରେ ଏତେଲା ଦେଲେ

 

ଫୁଲବାଣୀ----  କେନ୍ଦ୍ର ସରକାରଙ୍କର ଆବାସ ଯୋଜନା କୁ ରାଜ୍ୟ ସରକାର ରାଜ୍ୟ ଯୋଜନା ବୋଲି ପ୍ରଚାର କରି ରାଜ୍ୟବାସୀ ଙ୍କୁ ଠକିବା ସହିତ ମୁଖ୍ୟମନ୍ତ୍ରୀ ଙ୍କର ଦସ୍ତଖତ ଥିବା ଚିଠି ଯେଉଁ ଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନ କହି ସେହି ପକ୍କାଘର ଗୁଡିକ ବିଜୁ ପକ୍କାଘର ଷ୍ଟିକର ମାରି ସବୁ ପକ୍କାଘର ତାଙ୍କ ସରକାର ଯୋଗାଇ ଦେଇଛନ୍ତି ବୋଲି ଏକ ମିଥ୍ୟା ବାର୍ତ୍ତା ଦେଇ ରାଜ୍ୟବାସୀ ଙ୍କୁ ଠକି ଚାଲିଛନ୍ତି । ଏହାକୁ ପ୍ରତିବାଦ କରି ବିଜେପି ଗ୍ରାମୀଣ ମଣ୍ଡଳ ପକ୍ଷରୁ ରାଜ୍ୟର ସମସ୍ତ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦସ୍ତଖତ ଥିବା ଚିଠି ଚିରି ମୁଖ୍ୟମନ୍ତ୍ରୀ ଙ୍କ ବିରୋଧ ରେ ଥାନା ରେ ଏତେଲା ଦାୟର କରାଯାଇଛି ।  ଆଜି ଫୁଲବାଣୀ ବିଜେପି ଗ୍ରାମୀଣ ମଣ୍ଡଳ ସଭାପତି ଆଦିତ୍ୟ କଂହର ଙ୍କ ନେତୃତ୍ୱରେ ଗ୍ରାମୀଣ ମଣ୍ଡଳ ଫୁଲବାଣୀ ର ସମସ୍ତ କର୍ମକର୍ତା ଙ୍କ ଉପସ୍ଥିତ ରେ ଫୁଲବାଣୀ ବ୍ଳକ ବିଡ଼ିଓ ଙ୍କୁ ଅବଗତ କରାଇ ବ୍ଳକ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ଙ୍କର ଦସ୍ତଖତ ଚିଠି ଚିରା ଯିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ବିରୁଦ୍ଧରେ ୪୨୦ ଆଇ ପି ସି ଧାରା ଅନୁସାରେ ଫୁଲବାଣୀ ଆଦର୍ଶ ଟାଉନ ଥାନାରେ ଅଭିଯୋଗ ଦେଇଥିଲେ । ଉକ୍ତ କାର‌୍ୟ୍ୟକ୍ରମରେ ନଗର ସଭାପତି ସୁଶାନ୍ତ ମହାନ୍ତି, ସମ୍ପାଦକ ଯଦୁନାଥ ସାହୁ, ଆଇନ ଜୀବି ଅଜିତ ପତ୍ତନଞଙ୍କ, ରମେଶ ମହାନ୍ତି, ପୂର୍ବତନ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା, ପରେଶ ମହାପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଧାଂଶୁ ଗୁରୁ ,ଚନ୍ଦ୍ର ପଣ୍ଡା, ବିଶ୍ୱରଞ୍ଜନ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

 ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ ,୩୦/୧୨/୨୦୨୦---୭,୧୦

Blog Archive

Popular Posts