Breaking News

ବାସନ୍ତୀ ପଲ୍ଲୀ ଗୋଷ୍ଠୀ ଗୃହ ଉଦଘାଟନ


କନ୍ଧମାଳ----  କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ବାସନ୍ତୀ ପଲ୍ଲୀ ଠାରେ ଏକ ଗୋଷ୍ଠୀ ଗୃହ ଉଦଘାଟନ ହୋଇଯାଇଛି।ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାରେ କାର୍ଯ୍ୟ ହୋଇଥିବା ଏକ ନୂତନ ଗୋଷ୍ଠୀ ଗୃହକୁ ମଙ୍ଗଳବାର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ବେରେଡାକିଆ ଗ୍ରାମପଞ୍ଚାୟତ ସମିତି ସଭ୍ୟା ଗୀତାଞ୍ଜଳି ନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଛନ୍ତି। ଏହି ଅବସରରେ ଅନ୍ୟ ମାନଙ୍କ ‌ମଧ୍ୟରେ ଯାଜକ  ପୁରୁଷତମ ନାୟକ ଯୋଗ ଦେଇ ଆଗାମୀ ବଡ଼ ଦିନ 'ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ' ଦିବସ ପାଳନ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି। ଏହି କାର୍ଯ୍ୟ କ୍ରମରେ ଆମ ପରିବାର ପରିଷଦ କମିଟିର ସମସ୍ତ ସଦସ୍ୟ ଯୋଗ ଦେଇ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କୁନି କୁନି ଛୁଆଙ୍କ ଦ୍ବାରା ନୃତ୍ୟ ପରିବେଷଣ କରିଥିଲେ। ଏହି ଗୃହଟି ତିନି ଲକ୍ଷ ଅଟକଳ ମୂଲ୍ୟରେ ନିର୍ମିତ ହୋଇ ଥିବା ଜଣା ପଡିଛି। ସରକାରଙ୍କ ଆମ ଗାଁ ଆମ ବିକାଶ ମାଧ୍ୟମ ରେ ଜନହିତକର ଯୋଜନାରେ ପ୍ରତି ଗ୍ରାମରେ ଲୋକଙ୍କ ପାଇଁ ଏକ ଗୋଷ୍ଠୀ ଗୃହ ନିର୍ମାଣ କରାଯାଉଛି। କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ୨୩/୧୨/୨୦୨୦----୧୦,୦୦

Blog Archive

Popular Posts