Breaking News

କୁଦିଆରୀ ସେବା ସମବାୟ ସମିତି ଲିଃ ରେ ଶୁଭାରମ୍ଭ ହେଲା ଚାଷୀଙ୍କ ପାଇଁ ଧାନମଣ୍ଡି



ଜଟଣୀ --ସାରା ଭାରତ ବର୍ଷରେ କୃଷକ ଆନ୍ଦୋଳନ ଚାଲିଥିବା ବେଳେ ଆଜି କୁଦିଆରୀ ସେବା ସମବାୟ ସମିତି ଲିଃ କାର୍ଯ୍ୟାଳୟରେ ଖୋଲିଲା  ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ଧାନ ମଣ୍ଡି । କୋଅପେରଟିଭ ବିଭାଗର ଆସିଷ୍ଟାଣ୍ଟ  ରେଜିଷ୍ଟେ୍ର ସିଂଗ୍ଧାରାଣୀ ଶତପଥୀଙ୍କ  ପୌରାହିତରେ ଧାନମଣ୍ଡି ଉଦଘାଟନ ହୋଇଯାଇଛି । ଏହାକୁ ସବ କଲେକ୍ଟର ଦେବ ବ୍ରତ ସାହୁ ପ୍ରଦୀପ ଲଗାଇ ଉଦଘାଟନ କରିଥିଲେ । କୁଦିଆରୀ ସମବାୟ ସମିତିରେ ସମୁଦାୟ ଛପନ ଜଣ ଚାଷୀ ନାମ ପଞ୍ଜିକରଣ କରିଥିବା ବେଳେ ମାତ୍ର ଦୁଇଜଣ ଚାଷୀ ଆଜି ଧାନ ବିକ୍ରୟ ପାଇଁ ଟୋକେନ ପାଇଛନ୍ତି । ପ୍ରଜାୟକ୍ରମେ ସମସ୍ତ ପଞ୍ଜିକରଣ ଚାଷୀ ମଣ୍ଡିରେ ଧାନ ବିକ୍ରୟ କରିପାରିବେ । ଚାଷୀ ପାଇଥିବା ଟୋକେନର ଅବଧି ତିରିଶ ଦିନ । ଆଜି ଧାନ ବିକ୍ରୟ ପାଇଁ ଆସିଥିବା ପ୍ରଥମ ଚାଷୀହେଲେ କନ୍ତିଆ ଗ୍ରାମର ଅମିନ ପ୍ରଧାନ ଏବଂ ଦ୍ଵିତୀୟ ଚାଷୀ ହେଲେ କୁଦିଆରୀର ଟୁନି ତ୍ରିପାଠୀ । ଏହି ଦୁଇ ଚାଷୀ ଆଣିଥିବା ଧାନର ପରିମାଣ 48 କୁଇଣ୍ଟାଲ ତେଇଶି କିଲୋଗ୍ରାମ । ଏହାର ସରକାର ଧାର୍ଯ୍ୟ କରିଥିବା  ମୂଲ୍ୟ  ଚାଷୀ ଖାତାକୁ ଅନଲାଇନ ମାଧ୍ୟମରେ ପଠାଇବେ ।  ଏହି କାର୍ଯ୍ୟକ୍ରମରେ ଆର. ଏମ. ସି. ସମ୍ପାଦକ ନିରଞ୍ଜନ ସାମଲ, ସପ୍ଲାଏ ଇନିସ୍ପେକଟର ପୃଥିବୀରାଜ ପ୍ରଧାନ, ଡ଼ି. ଇ. ଓ. ବିଶ୍ୱରଂଜନ ବଳିଆର ସିଂହ, ସମିତି ସମ୍ପାଦକ ବିଶ୍ୱଜିତ ଭଞ୍ଜ, ଖୋର୍ଦ୍ଧା ସମବାୟ ବ୍ୟାଙ୍କ ଜଟଣୀ ଶାଖା ପରିଚାଳିକା ରୋଜାଲିନ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ । 
ଜଟଣୀ --ରଙ୍ଗନାଥ ବେହେରା , ୨୩/୧୨/୨୦୨୦----୯,୩୦

Blog Archive

Popular Posts