ଚାଇଁପୁର ଗ୍ରାମ ପଞ୍ଚାୟତରେ ଏଣିକି ମେସିନରେ କାମ ବନ୍ଦ କରାଯାଇ ମଣିଷ କରିବେ କାମ
ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ଚାଇଁପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଦ୍ୟୁମ୍ନ ପରିଡାଙ୍କ ତତ୍ୱବଧାନରେ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ୪ଶହରୁ ଅଧିକ ଜବ କାର୍ଡଧାରୀ ମାନଙ୍କୁ ନେଇ ଏକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି କରୋନା ସମୟରେ ପଞ୍ଚାୟତରେ ଲୋକମାନେ ନା ନା ହଇରାଣ ଭୋଗୁଛନ୍ତି । ଏହାକୁ ନଜର କରି ଚଳିତ ବର୍ଷ ମନରେଗା ଯୋଜନା ମାଧ୍ୟମରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ପଞ୍ଚାୟତର ଜବ କାର୍ଡଧାରୀ ପରିବାରଙ୍କୁ ଯୋଗାଇ ଦେବାକୁ ପଞ୍ଚାୟତ ପକ୍ଷରୁ ନିସ୍ପତି ନିଆଯାଇଛି ବୋଲି ସରପଞ୍ଚ ଶ୍ରୀ ପରିଡା କହିଥିଲେ । ୨୦୨୦ ମସିହା ସରିବା ଅଗାରୁ ଏହି ଯୋଜନାରେ ୪ଗୋଟି ପ୍ରକଳ୍ପର ଶୁଭାରମ୍ଭ କରାଯିବ । ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଯଦୁମଣି ଦାସ, ଜେଇ ଏସ ଆରତୀ ବିଶ୍ୱାଳ ପ୍ରମୁଖ ମନରେଗା ଯୋଜନା ସମ୍ପର୍କରେ ଉପସ୍ଥିତଥିବା ଜବକାର୍ଡଧାରୀ ମାନଙ୍କ ସହିତ ଆଲେଚନା କରିଥିଲେ । ଏହି ଯୋଜନାର ସଫଳତା କରିବାପାଇଁ ପ୍ରତି ଗ୍ରାମରେ ସଂଯୋଜକ ଟିମ ଗଠନ କରାଯାଇଛି । ବିଶ୍ୱରଞ୍ଜନ ପରିଡା, ରଘୁନାଥ ନାୟକ, ଜିତେନ୍ଦ୍ର ଖଟେଇ, ଦେବାଶିଷ ପରିଡା, ରଜେସ ନାୟକ, ବିକାଶ ବେହେରା, ବବୁଲ ମାଣ୍ଡିଆ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ରାଜୀବ ଲୋଚନ ବାହିନୀପତି, ସନ୍ତୋଷ ବାହିନିପତୀ, ରମେଶ ପରିଡା, ଉପେନ୍ଦ୍ର ଚମ୍ପତି ଓ ସନ୍ତୋଷ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୧୨/୨୦୨୦, ୬,୩୦