ମହିଳା ଙ୍କୁ ତଣ୍ଟି ଚିପି ହତ୍ୟା ଘଟଣା,ତିନି ଗିରଫ
ଧରାକୋଟ ----ଗତ 4 ତାରିଖ ରେ ଗଂଜାମ ଜିଲ୍ଲା ସୋରଡ଼ା ଥାନା ବଜରଗୁମା ଗାଁ ନିକଟରୁ ଅଜଣା ମହିଳା ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହେବା ଘଟଣା ରେ ଆଜି ସୋରଡ଼ା ପୋଲିସ ତିନି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ମୃତ ମହିଳା ଜଣକ ହେଉଛନ୍ତି ଲଷ୍ମୀପୁର ଗାଁ ର ଅର୍ଚନା ନାଇକ।ଅର୍ଚ୍ଚନା ବିବାହିତ ହୋଇ ମଧ୍ୟ ନିଜ ଦିଅର ସୀମାଞ୍ଚଳ ନାଇକ ଙ୍କ ସହ ପ୍ରେମ ସମ୍ପର୍କ ରଖି ଆସୁଥିଲା।ଆଜିକୁ 6 ରୁ 7 ମାସ ପୂର୍ବରୁ ସୀମାଞ୍ଚଳ ସହିତ ଅର୍ଚନା କେରଳ ଚାଲିଯାଇଥିଲା।ସେଠାରେ କିଛିଦିନ ରହିବା ପରେ ଅର୍ଚନା କୁ ଧରି ସୀମାଞ୍ଚଳ ଗାଁ କୁ ଆସିଥିଲା । ଗାଁ ଛକ ଠାରେ ରାତି 9 ଟାରେ ବସ ରୁ ଓଲ୍ହାଇବା ପରେ ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା।ସୀମାଞ୍ଚଳ ରାଗିଯାଇ ଚୁନି ସାହାଯ୍ୟରେ ଅର୍ଚନାର ତଣ୍ଟିକୁ ଚିପି ହତ୍ୟା କରିଥିଲା।ପରେ ଦୁଇ ଜଣ ସମ୍ପର୍କୀୟ ଭାଇଙ୍କ ସହଯୋଗ ନେଇ ଅର୍ଚନା କୁ ଏକ ବୁଦା ମୂଳେ ଫିଙ୍ଗି ମୁହଁରେ କିରୋସିନୀ ଢାଳି ପୋଡି ଦେଇ ଥିଲା।ପରବର୍ତ୍ତୀ ସମୟରେ ସେହି ସ୍ଥାନରୁ ପୁଣି କେରଳ ଫେରିଯାଇଥିଲା ।ଫଳରେ ଆଖ ପାଖ ଅଂଚଳର ଲୋକେ ଶବକୁ ଚିହ୍ନଟ କରି ପାରିନଥିଲେ।ହତ୍ୟା ଘଟଣାଟିକୁ ବେଶ ଗମ୍ଭୀରତା ର ସହ ନେଇ ତଦନ୍ତ ଆରମ୍ଭ କରିଥିଲା ସୋରଡ଼ା ପୋଲିସ।ମୃତକ ଙ୍କ ପରିଚୟ ଜାଣିବାକୁ ପୋଲିସ ଲାଗିଥିଲା ପାଖାପାଖି 15 ଦିନ।ମୃତକ ଙ୍କ ପରିଚୟ ଜାଣିବା ପରେ ଖୋଲତାଡ଼ କରି ଅଭିଯୁକ୍ତ କୁ ଧରିବାକୁ ଜାଲ ବିଛାଇଥିଲା ସୋରଡ଼ା ପୋଲିସ।ଶେଷରେ ଅଭିଯୁକ୍ତ ସୀମାଞ୍ଚଳ ନାୟକ ଓ ତାର ଦୁଇ ସହଯୋଗୀ ଜଗା ନାୟକ,ରଞ୍ଜନ ଜେନା କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ଗଂଜାମ ଅତିରିକ୍ତ ଏସ ପି ରାଜେନ୍ଦ୍ର କୁମାର ମଲ୍ଲିକ।
ଧରାକୋଟ ----କାଳୁ ଚରଣ ମହାପାତ୍ର ,୨୬/୧୨/୨୦୨୦----୯,୦୦