ସିଂହବ୍ରହ୍ମପୁର ସେବା ସମବାୟ ସମିତିରେ ଖୋଲିଲା ଧାନମଣ୍ଡି ; ପ୍ରଥମ ଦିନରେ ୭୪୦ କୁଇଣ୍ଟାଲ ଧାନ ବିକ୍ରୟ
ଡେଲାଙ୍ଗ -------ଡେଲାଙ୍ଗ ବ୍ଳକର ସିଂହବ୍ରଦ୍ମପୁର ସେବା ସମବାୟ ସମିତିରେ ମଙ୍ଗଳବାର ଦିନ ଧାନ ମଣ୍ଡି ଖୋଲିଛି । ପ୍ରଥମ ଦିନରେ ୭୪୦ କୁଇଣ୍ଟାଲ ଧାନ ଚାଷୀ ମାନଙ୍କ ଠାରୁ କିଣାଯାଇଛି ବୋଲି ସୁପରଭାଇଜର ପ୍ରଫୁଲ ସ୍ୱାଇଁଙ୍କ ଠାରୁ ସୁଚନା ମିଳିଛି । ଧାନ ମଣ୍ଡିକୁ ଉପନିବନ୍ଧକ ସମବାୟ ସମିତି ସମୁହ ପୁରୀ ଶୁଭକାନ୍ତି ତୁଙ୍ଗ, ସହକାରୀ ନିବନ୍ଧକ, ପୁରୀ ପ୍ରକାଶ ଚନ୍ଦ୍ର ସେଠୀ, ଉପ ସହକାରୀ ନିବନ୍ଧକ ପୁରୀ ସତ୍ୟ ଶଙ୍କର ମହାନ୍ତି,ଆତ୍ମାର ଅଧ୍ୟକ୍ଷ ସୁଧାକର ମାର୍ଥା ଓ ଡେଲାଙ୍ଗ ସମବାୟ ସମିତିର ସୁପରଭାଇଜର ପ୍ରଫୁଲ ସ୍ୱାଇଁ ଧନାମଣ୍ଡିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏ ବର୍ଷ ରାଜ୍ୟ ସରକାର ଯେଉଁ ଚାଷୀ ମାନେ ଖରିଫ ଧାନ ବିକିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି ସେମାନଙ୍କ ମୋବାଇଲିକୁ ଟୋକେନ ବା ମେସଜ ଜରିଆରେ ଧାନ ବିକିବା ପାଇଁ ଅନୁମତି ଦେଉଛନ୍ତି । ଯାହା ଫଳରେକି ଧାନ ବିକିବା ପାଇଁ ଚାଷୀ ଅସୁବିଧାରେ ପଡିବ ନାହିଁ । ସମବାୟ ସମିତିର ସମ୍ପାଦକ ଧନେଶ୍ୱର ପ୍ରଧାନ ଓ ଚାଷୀ ମାନେ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୩୦/୧୨/୨୦୨୦----୬,୧୫