ପକ୍ଷୀ ସୁରକ୍ଷା ସଚେତନତା ବର୍ତ୍ତା ନେଇ ଡେଲାଙ୍ଗ ବରକେରାରୁ ବ୍ରହ୍ମଗିରି ପର୍ଯ୍ୟନ୍ତ ସାଇକେଲ ଯାତ୍ରା
ଡେଲାଙ୍ଗ ----- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ଗ୍ରାମ ସବୁ ବେଳେ ଚର୍ଚ୍ଚାରେ ରହି ଆସିଛି । ରବିବାର ଦିନ ବରକେରା ଗ୍ରାମରୁ ବ୍ରହ୍ମଗିରି ପର୍ଯ୍ୟନ୍ତ ପକ୍ଷୀ ସୁରକ୍ଷା ବାର୍ତ୍ତା ନେଇ ପ୍ରକୃତି ବନ୍ଧୁ ବିଶ୍ୱଜିତି ପରିଡା ସାଇକେଲରେ ଯାତ୍ରା ଆରମ୍ଭ କରିଛନ୍ତି । ଗ୍ରାମର ଆରଧ୍ୟ ଦେବତା ଭଗବତ ବାସୁଦେବଙ୍କୁ ପୂଜାର୍ଚ୍ଚନା କରିବା ସହ ଆଜ୍ଞାମାଳ ଧରି ମନ୍ଦିର ପ୍ରାଙ୍ଗଣରୁ ସାଇକେଲରେ ପକ୍ଷୀ ସୁରକ୍ଷା ବାର୍ତ୍ତା ପ୍ରଚାର କରି ସାଇକେଲରେ ଯାତ୍ରା ଆରମ୍ଭ କରିଥିଲେ । ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ପରିବେଶ ପ୍ରେମି ତଥା ଶିକ୍ଷକ ମିଟୁ କିଶୋର ପ୍ରଧାନ ସଭାପତିତ୍ୱ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ପରିବେଶ ପ୍ରେମି ପ୍ରତାପ ଚନ୍ଦ୍ର ଦାସ, ବରକେରାର ଲେନିନ ପ୍ରଧାନ, ଉମାକାନ୍ତ ପରିଡା, ଋଷିଶୃଙ୍ଗ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ଦେଶ, ବିଦେଶରୁ ଆସୁଥିବା ପକ୍ଷୀ ମାନଙ୍କୁ କିପରି ସୁରକ୍ଷା କରାଯାଇ ପାରିବ ସେଥିପାଇଁ ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଦାୟତ୍ୱବାନ ହେବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ । ବିଶେଷ କରି ଶୀତ ଦିନ ଆଗରୁ ଆମ ଅଞ୍ଚଳକୁ ବିଦେଶୀ ପକ୍ଷୀ ମାନେ ଅତିଥି ଭାବେ ଆସିଥାନ୍ତି । ସେମାନଙ୍କୁ ହତ୍ୟା ବା ଶୀକାର ନ କରି ସେମାନଙ୍କୁ ଆମର ଅତିଥି ଭାବି ସେମାନଙ୍କୁ ସାହାର୍ଯ୍ୟ ଓସୁରକ୍ଷା ଯୋଗାଇ ଦେବାପାଇଁ ସଚେତନତା ବାର୍ତ୍ତା ନେଇ ସାଇକେଲରେ ଯାତ୍ରା ଆରମ୍ଭ କରିଛନ୍ତି ଣ୍ରୀ ପରିଡା । ଏହି ସାଇକେଲ ଯାତ୍ରାକୁ ଶିକ୍ଷକ ମିଟୁ କିଶୋର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଦାସ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୭/୧୨/୨୦୨୦, ----୮,୦୫