Breaking News

ଯୁଦ୍ଧକାଳୀନ ମଧ୍ୟରେ ରାତ୍ରିକାଳୀନ ଆଶ୍ରୟ ସ୍ଥଳୀ ଉଦଘାଟନ



ଜଟଣୀ --ଓଡିଶା ସରକାରଙ୍କ ଗୃହମନ୍ତ୍ରାଳୟ ବିଭାଗର ରାତ୍ରକାଳୀନ ଆଶ୍ରୟସ୍ଥଳୀ ଯୋଜନାକୁ ଜଟଣୀ ପୌରପରିଷଦ ତରଫରୁ ଏକ ଦଶ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ରାତ୍ରକାଳୀନ ଆଶ୍ରୟସ୍ଥଳୀ ଉଦଘାଟନ ହୋଇଯାଇଛି । ସ୍ଥାନୀୟ ରାମଚନ୍ଦ୍ରପୁର ବଜ଼ାର ସ୍ଥିତ ବଡ ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହା କରାଯାଇଛି ।  ଉପଜିଲ୍ଲାପାଳ ପ୍ରିୟବ୍ରତ ସାହୁ,ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତି,ତହସିଲଦାର ତପନ କୁମାର ମହାପାତ୍ର, ଏବଂ ଜଟଣୀ ଥାନା ଭାରପ୍ରାପ୍ତ ଅଧିକାରୀ ବିଶ୍ୱରଂଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଉଦଘାଟନ କରିଥିଲେ ।  ଜଟଣୀ ସହରରେ ରାତ୍ରକାଳୀନ ଆଶ୍ରୟସ୍ଥଳୀ ବ୍ୟବସ୍ଥା ଏକ ଆଦର୍ଶ କାର୍ଯ୍ୟକ୍ରମ । ଏହାର ଯଥେଷ୍ଟ ଆବଶ୍ୟକତା ରହିଥିଲା । କିନ୍ତୁ ଏହା କେତେଦୂର ସଫଳତା ଲାଭ କରିବ ଜଟଣୀ ବାସୀଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଛି । ଯଦି କୌଣସି ଅସହାୟ ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ, ସୀତାରାମ ଛକ, ବଡ ବଜାର, ରାଜା ବଜାର, ଗୋଲେଇ ମାର୍କେଟ ଏଭଳି ବିଭିନ୍ନ  ସ୍ଥାନରେ ଅନେକ ବ୍ୟକ୍ତି ରାସ୍ତା କଡରେ ପଡି ରହିଥାନ୍ତି । ସେମାନଙ୍କୁ ଏହି ଆଶ୍ରୟ ସ୍ଥଳୀକୁ ଆସିବାକୁ ହେଲେ କିପରି ପହଁଚିବେ । ସେମାନଙ୍କ ପାଇଁ କିଏ, କିପରି ବ୍ୟବସ୍ଥା ହୋଇଛି ତାହା ଜଣାପଡ଼ି ନାହିଁ ।  ବୁଦ୍ଧିଜୀବୀଙ୍କ ମତରେ ପ୍ରଶାସନର ଏଭଳି ତରବରିଆ ଭାବେ କାର୍ଯ୍ୟ କରିବା କେତେ ଗ୍ରହଣୀୟ । ଉଦଘାଟନ କରିବା ପୂର୍ବରୁ ସଠିକ ଭାବେ ସମସ୍ତଙ୍କ  ସହିତ ଆଲୋଚନା କରିବା ଉଚିତ ଥିଲା । ଏଭଳି ତରବରିଆ କାର୍ଯ୍ୟକରିବା କେତେ ଦୂର ଠିକ ତାହା ଜଟଣୀ ଜବସାଧାରଣଙ୍କ ଚର୍ଚ୍ଚାର ବିଷୟ ହୋଇଛି ।
ଜଟଣୀ -ରଙ୍ଗନାଥ ବେହେରା ୨୩/୧୨/୨୦୨୦----୯,୦୦

Blog Archive

Popular Posts