ଡେଲାଙ୍ଗ ବରକେରା ବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ପାଳିତ
ଡେଲାଙ୍ଗ ------ ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି । ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ୨୨/୧୨/୧୮୮୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେହି ଦିନକୁ ମନେ ରଖିବା ସହ ଜାତୀୟ ଗଣିତ ଦିବସ ରୂପେ ପାଳନ କରାଯାଉଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ କୋଭିଡ-୧୯ ଆଇନ ଅନୁଯାୟୀ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ସେଠୀ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ଶିକ୍ଷକ ତଥା ପରିବେଶ କର୍ମୀ ମିଟୁ କିଶୋର ପ୍ରଧାନ, ଶିକ୍ଷୟତ୍ରୀ ମଞ୍ଜୁଲତା ପ୍ରଧାନ, ଶିକ୍ଷକ ବିରଞ୍ଚିନାରାୟଣ ବରାଳ, ସୁଧୀର କୁମାର ଜେନା, ପୁରଷୋତ୍ତମ ନାୟକ ଓ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସୁବାଷଚନ୍ଦ୍ର ମାହୁନ୍ତ ପ୍ରମୁଖ ଯୋଗଦେଇଥିଲେ । ବକ୍ତାମାନେ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଗନଗାନ କରିବା ସହ ସେ ପ୍ରାଥମିକ ଶ୍ରେଣୀରେ ଅଧ୍ୟୟନରତ ଥିବା ବେଳେ ପୃଥିବୀର ବିଷୁବ ରେଖାର ଦୈଘ୍ୟ ଗଣନା କରି ପାରିଥିଲେ । ଏକ ଠାରୁ ଏକ କୋଟି ପର୍ଯ୍ୟନ୍ତ ସମସ୍ତ ସଂଖ୍ୟା ତାଙ୍କ ଜିଭ ଆଗରେ ରହିଥିଲା । ବୃତ୍ତର ସମକ୍ଷେତ୍ରଫଳ ବିଶିଷ୍ଟ ବର୍ଗ କ୍ଷେତ୍ର ଅଙ୍କନ ପ୍ରଣାଳୀ ସେ ଏକ ଖାତାରେ ଲେଖିଥଲେ । ତାଙ୍କର ଗଣିତ ପାଇଁ ସେ ବିଶ୍ୱରେ ଗଣୀତଜ୍ଞ ମାନଙ୍କ ମଧ୍ୟରେ ଆଗରେ ରହିଛନ୍ତି । ଶିକ୍ଷକ ସୁଧୀର କୁମାର ଜେନା ଧନ୍ୟବାଦ ଦେବା ସହ ବିଦ୍ୟାଳୟ ପରିସର ସଫେଇ କରାଯିବା ସହ ବୃକ୍ଷ ରୋପଣ କରାଯାଇଥିଲା । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୧୨/୨୦୨୦----9,02