Breaking News

ଗୁଆଳିଗୋରଡା ଗ୍ରାମରେ କାଳିଆ ମା ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା


ସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଗୁଆଳି ଗୋରଡା ଗ୍ରାମର ଇଷ୍ଟଦେବୀ କାଳିଆ ମାଆ ଠାକୁରାଣୀଙ୍କ ମନ୍ଦିର ଗୁରୁବାର ପ୍ରତିଷ୍ଠା ହୋଇଯାଇଛି । ଏହି ଅବସରରେ ଗ୍ରାମର ସମସ୍ତ ପରିବାର ତିନିଦିନ ଧରି ହର୍ବିଷାନ୍ନରେ ରହିବା ସହ ସମସ୍ତଙ୍କ ଦାଣ୍ଡ ଦୁଆ ଆଗରେ ଝୋଟି ଓ ମୁରୁଜ ପଡିବାସହ ପୂର୍ଣ୍ଣକୁମ୍ଭ ବସିଥିବା ବେଳେଦୀପ ଜଳା ଯାଇଥିଲା । ୨୨ ତାରିଖ ଠାରୁ ଅଧିବାସ, ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ଗୋପୂଜା, ଘଟସ୍ଥାପନ, ସପ୍ତମାତୃକାପୂଜା, ଶାଲପୂଜା ଆଦି କରାଯାଇ ଯଜ୍ଞ କରାଯାଇଥିଲା । ଯଜ୍ଞରେ କର୍ତ୍ତା ଭାବେ ଜଳନ୍ଦର ବରାଳ ଓ କର୍ତ୍ତା ଭାବେ ପ୍ରତିମା ବରାଳ କାର୍ଯ୍ୟସମ୍ପାଦନ କରିଥିଲେ । ପଣ୍ଡିତ ଶିବ ପ୍ରସାଦ ରଥ,ପୂର୍ଣ୍ଣଚନ୍ଦ୍ର ମିଶ୍ର, ଚନ୍ଦ୍ର ଶେଖର ମିଶ୍ର, ରମେଶଚନ୍ଦ୍ର ଷଡଙ୍ଗୀ ଓ ଅଯୋଧ୍ୟା ନାଥ ନାଶ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ । ଗ୍ରାମବାସୀ ମାନେ ସହଯୋଗରେ ମନ୍ଦିର ପ୍ରତିଷ୍ଠା ଉତ୍ସବ କୋଭିଡ-୧୯ ଆଇନ ଅନୁଯାୟୀ  ଶେଷ ହୋଇଥିଲା ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts