ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗ୍ ସିଜିନ-୦୬ ଷ୍ଫୋଟିଙ୍ଗି କ୍ଲବ ଓ ସୋମନାଥ ଫାଇଟର ବିଜୟୀ
ଡେଲାଙ୍ଗ ---- ଡେଲାଙ୍ଗ ବ୍ଲକ ଅଧିନସ୍ଥ ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗ୍ ସିଜିନ୬ ମ୍ୟାଚ ସୋମନାଥ ଷ୍ପୋଟିଂ ଗ୍ରାଉଣ୍ଡ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ୧୨ତମ ଦିବସର ପ୍ରଥମ ମ୍ୟାଚଟି ଷ୍ପୋଟିଙ୍ଗ କ୍ଲବ ସହିତ ବରୁଣେଇ ରୟାଲ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଷ୍ପୋଟିଙ୍ଗ କ୍ଲବ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ୨୦ ଓଭର ରେ ୭ ଉଇକେଟ ହରାଇ ୧୨୯ ରନ ସଂଗ୍ରହ କରିଥିଲେ । ଜବାବରେ ବରୁଣେଇ ରୟାଲ ଦଳ ୧୬.୫ ଓଭରରେ ସମସ୍ତ ଉଇକେଟ ହରାଇ ୧୧୨ ରନ ସଂଗ୍ରହ କରିଥିଲେ ।ଏହି ମ୍ୟାଚଟିକୁ ଷ୍ଫୋଟିଙ୍ଗ କ୍ଲବ ୭ ରନରେ ବିଜୟୀ ହୋଇଛନ୍ତି । ପଙ୍କଜ ଜେନା ଓ ସିଦ୍ଧାର୍ଥ ପାତ୍ର ମ୍ୟାଚ ପରିଚାଳନା କରିଥିବା ବେଳେ ସ୍କୋର ରେ ରାକେଶ ପ୍ରଧାନ କାର୍ଯ୍ୟ ତୁଲାଇଛନ୍ତି । ସେହିପରି ୨ୟ ମ୍ୟାଚଟି ସୋମନାଥ ଫାଇଟର ସହିତ ବ୍ଲାକ ଟାଇଗର ଦଳ ମଧ୍ୟରେ ମ୍ୟାଚ ହୋଇଥିଲା । ଟସ୍ ଜିତି ସୋମନାଥ ଫାଇଟର ୨୦ ଓଭରରେ ୮ ଉଇକେଟ ହାରଇ ୧୫୯ ରନ ସଂଗ୍ରହ କରିଥିଲେ । ଜବାବରେ ବ୍ଲାକ ଟାଇଗର ୨୦ ଓଭରରେ ବଲରେ ୯ ଉଇକେଟ ହରାଇ ୧୫୩ ରନ ସଂଗ୍ରହ କରିଥିଲେ । । ଏହି ମ୍ୟାଚକୁ ୬ ରନରେ ସୋମନାଥ ଫାଇଟର ଦଳ ବିଜୟୀ ହୋଇଛନ୍ତି । ପ୍ରତାପ ବରାଳ ଓ ମଦନ ପ୍ରଧାନ ମ୍ୟାଚ ପରିଚାଳନା କରିଥିଲେ । ସ୍କୋରର ଭାବେ ରାଜେଶ ବେହେରା ଓ ସଂଗ୍ରାମ ଚମ୍ପତି ରହିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୧୨/୨୦୨୦, ୬,୪୫