ଅର୍ଚ୍ଚିତା କୁ ନ୍ୟାୟ ଦାବିରେ ପୋଲିସ କମିଶନର କାର୍ଯ୍ୟଳୟ ଆଗରେ ପରିବାର
ଭୁବନେଶ୍ୱର---- ପରୀ ପରେ ଅର୍ଚ୍ଚିତା ବେହେରା ନାମକଏକ ଯୁବତୀକୁ ହତ୍ୟା କରା ଯାଇଥିବା ଘଟଣାକୁ ନେଇ ଭୁବନେଶ୍ୱର ପୋଲିସ କମିଶନର କାର୍ଯ୍ୟାଳୟ ଆଗରେ ନ୍ୟାୟ ପାଇଁ ସମସ୍ତ ପରିବାରକୁ ଦେଖିବା କୁ ମିଳିଛି । ବାପା ମା ଓ ଭଉଣୀ ନର୍ମଦା ବେହେରାଙ୍କ କହିବା ଅନୁଯାୟୀ ଅର୍ଚ୍ଚିତା ପଛରେ ଦୁଇ ବର୍ଷ ହେଲା ଯୋଗୀ ବୋଲି ଏକ ପୁଅ ଏକ ତରଫା ପ୍ରେମରେ ପଡିଥିଲା। ଝିଅ ପୁଅକଥାରେ ରାଜି ନ ହବାରୁ ତାକୁ ଡାକି ନେଇ ଜୟ ଦେବ ବାଟିକା ଭିତରେ ତଣ୍ଟି ଚିପି ହତ୍ୟା କରିଛି ବୋଲି ପରିବାର ତରଫରୁ ଅଭିଯୋଗ କରାଯାଇଛି। ପୁଲିସ ଆଜି କୁ ଦେଢ଼ ମାସ ହେଇଗଲା ପଛକେ ଅଭିଯୁକ୍ତଙ୍କୁ ଧରି ନାହିଁ କି ଏ ପର୍ଯ୍ୟନ୍ତ ଅର୍ଚିତାକୁ ନ୍ୟାୟ ମିଳିପାରି ନାହିଁ ବୋଲି ପରିବାର ତରଫରୁ ଅଭିଯୋଗ କରାଯାଇଛି ।ସେହିପରି ଅର୍ଚିତାକୁ ତୁରନ୍ତ ନାୟ ପ୍ରଦାନ କରାଯାଉ ବୋଲି ପରିବାର ପକ୍ଷରୁ ଦାବି କରାଯାଇଛି । ଧୀରେନ୍ଦ୍ର ସେନାପତି, ୨୨/୧୨/୨୦୨୦---- ୪,୦୦