Breaking News

ସତ୍ୟବାଦୀରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ; ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ବିଧାୟକ ଶ୍ରୀ ସାମନ୍ତରାୟ ନେଲେ ଶପଥ


 ସାକ୍ଷୀଗୋପାଳ--- ସତ୍ୟବାଦୀରେ  ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ସାକ୍ଷୀଗୋପାଳ ମନ୍ଦିର ନିକଟସ୍ଥ ପାନ୍ଥଶାଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ୨୪ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ସତ୍ୟବାଦୀ ବିଧାୟକ  ଉମାକାନ୍ତ ସାମନ୍ତରାୟ ଯୋଗଦେଇଥିଲେ ।  ପ୍ରଥମେ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ସମ୍ମୁଖରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ପରେ ସାକ୍ଷୀଗୋପିନାଥଙ୍କୁ ପୂଜାର୍ଚ୍ଚନା କରିଥିଲେ । ପରେ ପରେ ସଭାସ୍ଥଳରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପାମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରି ଶ୍ରୀ ସାମନ୍ତରାୟ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା ଦିବସକୁ ଉଦଘାଟନ କରିଥିଲେ  ।  ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଶ୍ରୀ ସାମନ୍ତରାୟ ଯୋଗ ଦେଇ ଶେଷ ରକ୍ତ ବିନ୍ଦୁଥିବା ପର୍ଯ୍ୟନ୍ତ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ଲଡିବେ ବୋଲି  କହିଥିଲେ ।  ବିଜେଡି ସରକାରଙ୍କ ବିଭିନ୍ନ ଜନହିତକର  କାର୍ଯ୍ୟ ଓ ନବୀନ ପ୍‌ଟ୍ଟନାୟକଙ୍କ ଯୋଜନା ସମ୍ପର୍କେ ମତ ରଖିଥିଲେ । ୨୦୨୧  ନବ ବର୍ଷର ଅଭିନନ୍ଦନ ଜଣାଇବା ସହ ସତ୍ୟବାଦୀ ପ୍ରଗତି ବର୍ଷ ହେବ ବୋଲି କହିଥିଲେ ।   ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୃବ ଚରଣ ଦାଶ, ଜିଲ୍ଲାପରିଷଦ ସଭ୍ୟଙ୍କ ପ୍ରତିନିଧି ତଥା ବିଜେଡି ଦଳର ଜିଲ୍ଲାର ଉପସଭାପତି ଦେବାଶିଷ ରାୟ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ,  ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା, ଆତ୍ମାର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି ,  ବ୍ଳକର ମହିଳା ନେତ୍ରୀ କନକ ପଣ୍ଡା,   ଓ କଣାସ ବ୍ଳକର ସଭାପତି ସୁରେଶ କୁମାର ସାହୁ, ବ୍ଳକ ଅଧ୍ୟକ୍ଷ ସାଗର ବେହେରା, ଆତ୍ମାର ଅଧ୍ୟକ୍ଷ ସଂଜୟ କୁମାର ଭୋଳ , ଯୁବ ସଭାପତି ବସନ୍ତ ଜେନା, କଣାସ ବ୍ଳକ ମହିଳା ନେତ୍ରୀ ଉଳାସ ସାମନ୍ତରାୟ ଓ ବିଜେଡି ଦଳର ଜିଲ୍ଲା ସାଧାରଣ ସମ୍ପାଦକ ଲିଙ୍ଗରାଜ ସ୍ୱାଇଁଙ୍କ ସହିତ ବିଭିନ୍ନ ଗ୍ରାମ ପଞ୍ଚାୟତର ଜନପ୍ରତିନିଧି ଓ  ବିଜୁ ଜନତା ଦଳର କର୍ମୀ ଓ ବିଜୁ ଜନତା ଦଳକୁ ଭଲ ପାଉଥିବା ବ୍ୟକ୍ତି ବିଶେଷ , ମହିଳା ଗୋଷ୍ଠୀ ମାନେ ଏହି ପ୍ରତିଷ୍ଠା ଦିବସରେ ଯୋଗଦାନ କରିଥିଲେ । ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର  ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଧନ୍ୟବାଦ ଦେଇଥିଲେ । ସାମାଜିକ କର୍ମୀ ଶଙ୍କର ପ୍ରଧାନ, ସୁରେଶ କୁମାର ସାହୁ , ଜଳନ୍ଦର ସେଠୀ  ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୧୨/୨୦୨୦


Blog Archive

Popular Posts