ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗ୍ ସିଜିନ-୦୬ ;ବରୁଣେଇ ରୟାଲ ଓ ସୋମନାଥ ଫାଇଟର ବିଜୟୀ
ଡେଲାଙ୍ଗ ------- ଡେଲାଙ୍ଗ ବ୍ଲକ ଅଧିନସ୍ଥ ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗ୍ ସିଜିନ୬ ମ୍ୟାଚ ସୋମନାଥ ଷ୍ପୋଟିଂ ଗ୍ରାଉଣ୍ଡ ପଡିଆରେ ଅନୁଷ୍ଠିତ ୧୪ତମ ଦିବସର ପ୍ରଥମ ମ୍ୟାଚଟି ବ୍ଲାକ ଟାଇଗର ସହିତ ବରୁଣେଇ ରୟାଲ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ବରୁଣେଇ ରୟାଲ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ୨୦ ଓଭରରେ ୭ ଉଇକେଟ ବିନିମୟରେ ୨୦୪ ରନ ସଂଗ୍ରହ କରିଥିଲା । ଜବାବରେ ବ୍ଲାକ ଟାଇଗର ଦଳ ୨୦ ଓଭରରେ ୮ ଉଇକେଟ ହରାଇ ୧୬୩ ରନ ସଂଗ୍ରହ କରିଥିଲେ । ବରୁଣେଇ ରୟାଲ କ୍ରିକେଟ ଦଳ ୪୨ ରନରେ ବିଜୟୀ ହୋଇଥିଲା । ଜିତେନ୍ଦ୍ର ଚମ୍ପତି ଓ ସତ୍ୟସାଇ ପ୍ରଧାନ ମ୍ୟାଚ ପରିଚାଲନା କରିଥିଲେ । ସେହିପରି ୨ୟ ମ୍ୟାଚଟି ରନିଙ୍ଗ୍ ରେବଲସ ସହିତ ସୋମନାଥ ଫାଇଟର ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ସୋମନାଥ ଫାଇଟର ଦଳ ରନିଙ୍ଗ ରେବଲସ ଦଳକୁ ବ୍ୟାଟିଂ କରିବାକୁ ଡାକିଥିଲା । ୧୯.୨ ଓଭରରେ ସମସ୍ତ ଉଇକେଟ ହାରଇ ୧୩୪ ରନ ସଂଗ୍ରହ କରିଥିଲେ । ଜବାବରେ ସୋମନାଥ ଫାଇଟର ୧୫.୫ ଓଭରରେ ୩ ଉଇକେଟ ହରାଇ ୧୩୬ ରନ ସଂଗ୍ରହ କରି ନେଇଥିଲା । ୭ ରନ ବ୍ୟବଧାନରେ ସୋମନାଥ ଫାଇଟର ଦଳ ମ୍ୟାଚ ବିଜୟୀ ହୋଇଛନ୍ତି । ମିଲୁ ବରାଳ ଓ ନିରୋଜ ରାଉତ ମ୍ୟାଚ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୩/୧୨/୨୦୨୦---୮,୨୫