ହାପି ରଥ ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ହେଲେ
ସାକ୍ଷୀଗୋପାଳ----- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ବୀରରାମଚନ୍ଦ୍ରପୁର ଗ୍ରାମର ହାପି ରଥ ଏବେ ଆଉ ଏକ ପାଦ ଆଗକୁ ଗଲେ । ପ୍ରଥମେ ସେ ପୁରୀ ଜିଲ୍ଲା ଯୁବ କଂଗ୍ରେସର ପ୍ରବକ୍ତା ଭାବେ ନିଯୁକ୍ତି ହୋଇଥିଲେ । ଆଜି ତାଙ୍କୁ ରାଜ୍ୟ ଯୁବ କଂଗ୍ରେସର ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ଏହି ଖବର ପ୍ରକାଶିତ ହେବା ପରେ ସତ୍ୟବାଦୀରେ ଯୁବ କଂଗ୍ରେସ ଦଳ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି । ଏଥିପାଇଁ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା ଓ ଅଖିଳ ଭାରତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ଙ୍କ ସହିତ ଅନ୍ୟ କର୍ମକର୍ତ୍ତା ମାନଙ୍କୁ ହାପି ରଥ ଧନ୍ୟବାଦ ଦେଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୧୨/୨୦୨୦----୯,୦୫