ଓଡ଼ିଶା ରାଜ୍ୟ ମହିଳା ଆୟୋଗ ବାଲିଗୁଡାର ବନବାସୀ ସେବା ସମିତି ପରିଦର୍ଶନ କଲେ
କନ୍ଧମାଳ---- ଓଡ଼ିଶା ରାଜ୍ୟ ମହିଳା ଆୟୋଗ ର ମାନନୀୟା ସଦସ୍ୟା କୁ. ଜଳିନା ପ୍ରିୟଦର୍ଶିନୀ ବାଲିଗୁଡା ର ବନବାସୀ ସେବା ସମିତି କୁ ପରିଦର୍ଶନ କରିଛନ୍ତି ।ଶିଶୁ ଯତ୍ନ ଅନୁଷ୍ଠାନ ର ପିଲାମାନଙ୍କ ସହିତ Christmas cake କାଟିଥିଲେ । ଏବଂ ଏକାଠି ମଧ୍ୟାହ୍ନ ଭୋଜନ କରିଥିଲେ । ସମସ୍ତଙ୍କୁ Christmas ଅବସରରେ ଶୁଭେଚ୍ଛା ଜଣେଇଥିଲେ ଏବଂ ପିଲାମାନଙ୍କ ଗହଣରେ ସମୟ କାଟିଥିଲେ । ପରେ ଜରାନିବାସ ରେ ମଧ୍ୟ cake କାଟି ଥିଲେ ଓ ଅଭିନନ୍ଦନ ଜଣେଇଥିଲେ । ବନବାସୀ ର ସମ୍ପାଦକ ଉତ୍ସବାଚନ୍ଦ୍ର ଜେନା ଉପସ୍ଥିତ ଥିଲେ । ସହସଂପାଦକ ରବୀନ୍ଦ୍ର କୁମାର ପଣ୍ଡା ସ୍ବାଗତ କରିଥିଲେ । ବିଶ୍ୱଜିତ୍ ଜେନା, ପ୍ରତୀକ୍ଷା ସ୍ବାଇଁ, ସରୋଜ ଆଲଟିଆ, ସୁଜିତ୍ ଦିଗାଲ ଉପସ୍ଥିତ ରହିଥିଲେ । କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ୨୬/୧୨/୨୦୨୦----- ୬,୧୦