Breaking News

ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ଖୋଲିଲା; ଭକ୍ତ ଦର୍ଶନ କରିବେ କୋଭିଡ-୧୯ ଆଇନ ଅନୁଯାୟୀ

 


 ସାକ୍ଷୀଗୋପାଳ----ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ଖୋଲିଲା; ଭକ୍ତ ଦର୍ଶନ କରିବେ କୋଭିଡ-୧୯ ଆଇନ ଅନୁଯାୟୀ  । ଏଥିପାଇଁ ସୋମବାର ଅପରାହ୍ନରେ ମନ୍ଦିର କାର୍ଯ୍ୟାଳୟ ପରିସରରେ ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଶେଷ କରି ମଙ୍ଗଳବାର ସକାଳୁ  ଭକ୍ତ ମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରି ଠାକୁରଙ୍କୁ ସିଧା ସଳକ ସେମାନଙ୍କର ଦୁଖଃ ଜଣାଇବେ । ଏଥିପାଇଁ ନିଶ୍ଚୟ ଭିଡ ପରିଲକ୍ଷିତ ହୋଇ ପାରେ ବୋଲି ଅନୁମାନ କରାଯାଉଛି । ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂହଙ୍କ ନିର୍ଦ୍ଦେଶ କ୍ରମେ ୨୩ ତାରିଖରୁ ମନ୍ଦିର ଖୋଲିବ । ମାତ୍ର ସେଥିପାଇଁ କେତେକ ନିୟମ କାନୁନ ରହିଛି । ବିଶେଷ କରି ୧୦ ବର୍ଷରୁ କମ ଶିଶୁ, ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ଗର୍ଭବତୀ ମହିଳା ମାନଙ୍କୁ ମନ୍ଦିରକୁ ପ୍ରବାଶ ଉପରେ ରୋକ ଲଗାଯାଇଛି । ଅନ୍ୟ ପକ୍ଷେ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ମନ୍ଦିର ସମ୍ମୁଖରେ ସାନିଟାଇଜର ରହିବ । ମୁହଁରେ ମାସ୍କ ଲଗାଇବା ସହିତ ସାମାଜିକ ଦୂରତା ରକ୍ଷା କରି ମନ୍ଦିରକୁ ପ୍ରବେଶ କରିବାକୁ ହେବ ବୋଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି । ସବୁଠାରୁ ବଡ କଥା ମ୍‌ଦିର ପରିସରରେ ଯେ କୌଣସି ବ୍ୟକ୍ତି ବିଶେଷ ମାନେ ଛେପ ପକାଇଲେ କୋଭିଡ-୧୯ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ତହସିଲଦାର ଶ୍ରୀ ନାୟକ କହିଛନ୍ତି । ଏହି ଆଲେଚନାରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ ସ୍ୱାଇଁ, ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ କୌଳାସ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ସାକ୍ଷୀଗୋପିନାଥ ସେବାୟତ ସଂଘର ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର ଓ ସଦସ୍ୟ ଆଲୋକ ଖୁଣ୍ଟିଆ , ଥାନାର ସେକେଣ୍ଡ ଅଫିସର ବସନ୍ତ କୁମାର ଜେନା , ସାମାଜିକ କର୍ମୀ ଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।  ମନ୍ଦିର ପ୍ରଶାସନକୁ ସମସ୍ତ ପ୍ରକାରର ସହଯୋଗ କରିବ ବୋଲି ସେବାୟତ ସଂଘର ସମ୍ପଦକ ଶ୍ରୀ ମହାପାତ୍ର କହିଛନ୍ତି ।

  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୨୨/୧୨/୨୦୨୦---୬,୪୦

Blog Archive

Popular Posts