ଡେଲାଙ୍ଗ ତହସିଲ କାର୍ଯ୍ୟାଳୟ ଘେରିଲା ବିଜେପି
ଡେଲାଙ୍ଗ -----ଡେଲାଙ୍ଗ ତହସିଲଦାର ଫିନି ହିତାଧିକାରୀଙ୍କୁ ସରକାରୀ ସହାୟତା ଯୋଗାଇବାରେ ବିଫଳତା ହୋଇଛନ୍ତି । ସୁଚନାଯୋଗ୍ୟ ଯେ ଡେଲାଙ୍ଗ ବ୍ଳକରେ ବିଜେଡି ଓ କିଛି ଶାସକ ଦଳର ଜନପ୍ରତିନିଧି ମାନଙ୍କ ଇଙ୍ଗିତି ଓ ଲାଞ୍ଚ ନେଇ କୋଠା ଘର , ସରକାରୀ କର୍ମଚାରୀ , ବାପ, ପୁଅ, ଭାଇ ଏପରିକି ଗୋଟିଏ ଗୋଟିଏ ପରିବାରରୁ ତିନିରୁ ଚାରିଜଣଙ୍କୁ ୯୫ ହଜାର ସହାୟତା ଦିଆଯାଇଛି । ଅନ୍ୟ ପକ୍ଷେ ପକୃତ ଘର ଭାଙ୍ଗିଥିବା ପରିବାର ବା ଆଂଶିକ ଭାଙ୍ଗିଥିବା ଘର ପରିାବର ମାନେ ହାତଗୁଞ୍ଜା ନ ଦେବାରୁ ସରକାରୀ ସହାୟତା ପାଇବାରୁ ବଞ୍ଚିତ ବୋଲି ଅଭିଯୋଗ ମାନ ହେଉଛି । ଜଣେ ଆନ୍ଦୋଳନ କରୁଛି ଅନ୍ୟ ଜଣେ ଲାଭବାନ ହେଉଛି ଏହା ହେଉଛି ଡେଲାଙ୍ଗ ତହସିଲଦାରଙ୍କ କାର୍ଯ୍ୟକଳାପ ବୋଲି ବିଜେପି କର୍ମୀ ମାନେ ଅଭିଯୋଗ ଆଣିଛନ୍ତି । ଶାସକଦଳର ଜନପ୍ରତିନିଧିଙ୍କ କଥାରେ ଡେଲାଙ୍ଗ ତହସିଲ କାର୍ଯ୍ୟାଳୟ ଚାଲୁଛି । ଏହି ଆନ୍ଦୋଳନ ପୁରୀ ଜିଲ୍ଲା ବିଜେପି ସଭାପତି ତଥା ଆଶ୍ରିତ ପଟ୍ଟନାୟକଙ୍କ ନେତ୍ୃତ୍ୱରେ ଶତାଧିକ ମହିଳା ପୁରଷ ସାମିଲ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେପିର ଜିଲ୍ଲା ଉପସଭାପତି ଜନ୍ମେଜୟ ଜେନା, ଜିଲ୍ଲା ସଂଯୋଜକ ଅଜୟ ରାଉତରାୟ, ଡେଲାଙ୍ଗ ବ୍ଳକର ଗଡମୋଟରୀ ମଣ୍ଡଳ ସଭାପତି ଶ୍ୱେତ କୁମାର ନାୟକ, ବେରବୋଇ ମଣ୍ଡଳ ସଭାପତି ସୁଧାଂଶୁ ଶେଖର ପରିଡା, ସାଉରିଆ ମଣ୍ଡଳ ସଭାପତି ଲଡୁକିଶୋର ରାୟ , ପିପିଲି ବ୍ଳକର କୃଷି ମୋର୍ଚ୍ଚର ସଭାପତି ଅଜୟ ପ୍ରଧାନ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ । ଏକମାସ ମଧ୍ୟରେ ଦାବି ପୁରଣ ନ ହେଲେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଡେଲାଙ୍ଗ ତହସିଲ କାର୍ଯ୍ୟାଳୟ ବନ୍ଦ କରାଯିବା ସହ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବେବୋଲି ଚେତାବନୀ ଦଳ ପକ୍ଷରୁ ଦିଆଯାଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୩/୧୨/୨୦୨୦---8,10