Breaking News

ନବ ନିର୍ମାଣ ସଙ୍ଗଠନର ଅନଶନ ୩୧ରେ

 ବେଗୁନିଆ----ବେଗୁନିଆ ଥାନା ଅନ୍ତର୍ଗତ ଗେଡିଆପଲ୍ଲୀ ପଞ୍ଚାୟତର  ଗୌଡପାଟଣା ଗ୍ରାମର କାହ୍ନୁ ଚରଣ ବେହେରାଙ୍କ ଗତ ମେ ମାସରେ ଏକ ଡଗୱେଲର ମଞ୍ଜୁର ହୋଇଥିଲେ ମଧ୍ୟ ସ୍ଥାନୀୟ ସରପଞ୍ଚ ଓ ଜିଆରଏସ ଦୁହେଁ ମିଶି ଅର୍ଥ ଦେଲେ  ମଞ୍ଜୁର ହୋଇଥିବା କାର୍ଯ୍ଯାଦେଶର ନକଲ ଦେବେ ବୋଲି କହିଥିଲେ । ଏ ନେଇ ଶ୍ରୀ ବେହେରା ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ  ମଧ୍ୟ କେହି କର୍ଣ୍ଣପାତ କରି ନ ଥିଲେ । ଶେଷରେ ନିରୁପାୟ ହୋଇ ନବ ନିର୍ମାଣ କୃଷକ ସଙ୍ଗଠନର ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ସୁରେଶ ମାନସିଂହ ,ରାଜ୍ୟ ସଭ୍ୟ ଶୁଭେନ୍ଦୁ ମଲ୍ଲିକ, ବୋଲଗଡ ବ୍ଲକ ସଂଯୋଜକ ଜୟନ୍ତ ତ୍ରିପାଠୀ,ସହ ସଂଯୋଜକ କାହ୍ନୁ ଚରଣ ବେହେରା,ଉପଦେଷ୍ଟା ନାରାୟଣ ବେହେରା  ସମେତ ଚାଷୀମାନେ ଏକତ୍ରିତ ହୋଇ ଚଳିତ ମାସ ୩୧ ତାରିଖରେ ବୋଲଗଡ କାର୍ଯ୍ଯାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଛି । ଏ ନେଇ ମଧ୍ୟ ଖୋର୍ଦ୍ଧା ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ,ସ୍ଥାନୀୟ ତହସିଲଦାର, ବିଡିଓ, କୃଷି ଅଧିକାରୀଙ୍କୁ ଅବଗତ କରିଛନ୍ତି । ବୋଲଗଡରୁ ଯୋଗେଶ୍ୱର ପଣ୍ଡା,୩୦/୧୨/୨୦୨୦----୭,୨୦


Blog Archive

Popular Posts