ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର ଜିପୁର ପ୍ରଧାନ ସାହିର ଏକ ପ୍ରେମୀ ଯୁଗଳ ଜିପୁର ତୋଟାରେ ଏକ ଜାମୁ ଗଛରେ ଓହଳି ଆତ୍ମହତ୍ୟା କରିଥିବା ଜଣାପଡିଛି । ପୋଲିସ ସୁତ୍ରରୁ ପ୍ରକାଶ ଯେ ଗୌରାଙ୍ଗ ନାୟକଙ୍କକ ପୁଅ ବଳରାମ ଓରଫ ବଳିଆ ନାୟକ ( ୨୩) ସେହି ଗ୍ରାମର ଶଙ୍କର ନାୟକଙ୍କ ଝିଅ ସୁଲି ନାୟକ (୨୧)ଙ୍କୁ ପ୍ରେମ କରୁଥିଲେ । କୌଣସି କାରଣକୁ ନେଇ ଦୁଇ ଜଣ ଯାକ ସୋମବାର ରାତିରେ ଘରୁ ଲୁଚିକି ପଳାଇ ଆସି ଗ୍ରାମ ଜଙ୍ଗଲ ବା ତୋଟାରେ ଜାମୁ ଗଛରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ପୁଅ ନିଜର ଟ୍ରାର୍କଫ୍ୟାଣ୍ଟ ଓ ଝିଅ ନିଜର ଓଡଣୀ ବେକରେ ଲଗାଇ ଗଛରେ ଓହଳି ପଡିଥିବା ଜଣାପଡିଛି । ଆଜି ସକାଳରେ ଲୋକମାନେ ଏହା ଦେଖିବା ପରେ ପୁଅର ବାପା ଓ ଝିଅ ପରିବାରଙ୍କୁ ଜଣାଇଥିଲେ । ଏହି ଖବର ପ୍ରସାରିତ ହେବାପରେ କେଦାରଗୌରିଙ୍କୁ ଦେଖିବା ପାଇଁ ସେଠାରେ ଭିଡ ଲାଗିଥିଲା । ପୁଅର ହାତ ପଛପଟୁ ବନ୍ଦା ହେବାକୁ ନେଇ ଲୋକମାନଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଠିଛି । ସତ୍ୟବାଦୀ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟେଟଙ୍କ ଉପସ୍ଥିତିରେ ଗଛରୁ ଶବ ଓହ୍ଳାଇ ୨୨/୨୦୨୦ରେ ଏକ ଅପମୃତ୍ୟୁ କେସରୁଜ କରି ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିବା ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ସତ୍ୟବାଦୀ ଥାନା ଏସଆଇ ବୈଷ୍ଠବ ମହାରଣା ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୧୨/୨୦୨୦---୩,୦୦