Breaking News

ଓବି ସି ଓ ପଛୁଆବର୍ଗଙ୍କୁ କେବେ ସଂରକ୍ଷଣ ଦେବେ ରାଜ୍ୟ ସରକାର

 

-ଭୁବନେଶ୍ବର---ରାଜ୍ୟ ସରକାର ସରକାରୀ ହାଇ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ଭଳି ଉଚ୍ଚ ଶିକ୍ଷାରେ ସ୍ଥାନ ସଂରକ୍ଷଣ କରିବାକୁ କ୍ୟାବିନେଟର ସଂକଳ୍ପ ପାରିତ କରିଛନ୍ତି । ମାତ୍ର ସାମ୍ବିଧାନିକ ବ୍ୟବସ୍ଥା ସତ୍ତ୍ୱେ ରାଜ୍ୟ ସରକାର ଓବି ସି ବର୍ଗ ତଥା ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଲୋକଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ପଦକ୍ଷେପ କାହିଁକି ନେଉନାହାନ୍ତି ବୋଲି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । ମୋଦି ସରକାର ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ପାଇଁ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ର ବ୍ୟବସ୍ତା କରିବା ପାଇଁ ଆଇନି ପ୍ରଣୟନ କରିଥିଲେ ମଧ୍ୟ ରାଜ୍ୟ ସରକାର ଏପର‌୍ୟ୍ୟନ୍ତ ଏହାକୁ କାର‌୍ୟ୍ୟକାରୀ କରିନାହାନ୍ତି ।ଦେଖିବାକୁ ଗଲେ ଓଡ଼ିଶାର ସମସ୍ତ ସରକାରୀ ସ୍କୁଲରେ ଅଧିକାଂଶ ଓବି ସି ତଥା ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ପରିବାର ର ପିଲାମାନେ ହିଁ ପାଠ ପଢୁଛନ୍ତି । ତେଣୁ ଏହାକୁ ତୁରନ୍ତ କାର‌୍ୟ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ବିଧାନସଭା ରେ ବିଶେଷ  ଅଧିବେଶନ ଡାକି ବିଲ ପାସ କରି ଉପରକ୍ତ ଦୁଇଟି ବର୍ଗରେ ସଂରକ୍ଷଣ ବ୍ୟବସ୍ତା ଲାଗୁ କରିବାକୁ ଡ୍ର, ସାମନ୍ତସିଂହର ଦାବି  କରିଛନ୍ତି।

 ଧୀରେନ୍ଦ୍ର ସେନାପତି ,୩୦/୧୨/୨୦୨୦----- ୭,୦୦

Blog Archive

Popular Posts