Breaking News

ସାନଖେମୁଣ୍ଡି ଓ ଆସିକା ନିର୍ବାଚନ ମଣ୍ଡଳୀରେ ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ


  ଧରାକୋଟ ----ବିଜେଡିର ଚବିଶ  ତମ  ପ୍ରତିଷ୍ଠା ଦିବସ   ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଓ ଆସିକା ନିର୍ବାଚନ ମଣ୍ଡଳୀରେ  ପାଳିତ  ହୋଇଯାଇଛି । ସାନ ଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଧରାକୋଟ କାଳୀ ମନ୍ଦିର ପ୍ରାଙ୍ଗଣ ଠାରେ  ବିଜେଡିର ପତିଷ୍ଠା ଦିବସ ପାଳନ 
ହୋଇଥିବା ବେଳେ ପୂର୍ବତନ ସାନଖେମୁଣ୍ଡି ବିଜେଡି ବିଧାୟିକା ନନ୍ଦିନୀ ଦେବୀ ଶ୍ରୀ ବାଲୁଙ୍କେଶ୍ୱର ଅନାଥ ଆଶ୍ରମରେ ପହଂଚି  ପିଲାମାନଙ୍କୁ ଫଳ ବଣ୍ଟନ କରିଥିଲେ । ସେହିପରି ଆସିକା ନିର୍ବାଚନ ମଣ୍ଡଳୀର  ଆସିକା ଟାଉନ ହଲ ପରିସରରେ  ବିଜେଡିର 24 ତମ  ବିଜେଡି ପ୍ରତିଷ୍ଠା  ଦିବସ ପାଳନ ହୋଇଯାଇଛି । ଏହି  ପବିତ୍ର  ପ୍ରତିଷ୍ଠା  ଦିବସ ଅବସରରେ   ବିଜେଡିର  ବହୁ  ନେତା ଓ କର୍ମୀ ମାନେ ଯୋଗ ଦେଇ  ସ୍ବର୍ଗତ ଓଡ଼ିଶାର ଭୂମିପୁତ୍ର ପ୍ରବାଦ ପୁରୁଷ ବିଜୁବାବୁଙ୍କ ସ୍ମୁତି ଚାରଣ କରି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଆଗାମୀ ଦିନରେ  ଓଡ଼ିଶା ଗଠନ ନେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଚିତ୍ର ଦେଖାଇଛନ୍ତି, ତାକୁ ଗାଁ ଗାଁରେ ପହଞ୍ଚାଇବା ସହ ନବୀନ ପଟ୍ଟନାୟକଙ୍କର ନେତୃତ୍ୱରେ ଦୀର୍ଘ ଦୁଇ ଦଶନ୍ଧି ଧରି  ଓଡିଶାରେ ସ୍ୱଚ୍ଛ ଶାସନ ପାଇଁ  ବିଜୁ ଜନତା ଦଳ ଓଡ଼ିଶାର ସାଢେ ଚାରିକୋଟି ଓଡ଼ିଆଙ୍କ  ସୁଖ ଦୁଃଖର ସାଥି ହୋଇ ପାରିଛି ।  ଆଗାମୀ ଦିନରେ ମଧ୍ୟ ବିଜୁ ଜନତା ଲୋକ ମାନଙ୍କ ସୁଖ ଦୁଃଖର ସାଥି ରହିବା ସହ  ଓଡ଼ିଶାର ପ୍ରଗତି ପଥରେ ସଦାସର୍ବଦା କାର୍ଯ୍ୟ କରିବ ବୋଲି ପ୍ରତିଶୃତି ରଖିଛନ୍ତି । ଧରାକୋଟ ରୁ କାଳୁ ଚରଣ ମହାପାତ୍ରଙ୍କ ରିପୋର୍ଟ ,୨୬/୧୨/୨୦୨୦----- ୯,୪୦
ଧରାକୋଟ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ

Blog Archive

Popular Posts