ଅଲଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ସତ୍ୟବାଦୀ ଶଖା ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଦିବସ ପାଳିତ
ସାକ୍ଷୀଗୋପାଳ ----- ଦିଲ୍ଲୀରେ ଚାଲିଥିବା ଐତିହାସିକ ଚାଷୀ ଆନ୍ଦୋଳନ ଜାରି ରହିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଷୀ ବିରୋଧୀ କୃି ନୀତି ପ୍ରଣୟନ କରାଯାଇଛି ବୋଲି ଅଭିଯୋଗରେ ଆନ୍ଦୋଳନ ଜାରି ରହିଛି । ଏହି ନୀତିକୁ ତୁରନ୍ତ ହଟାଇବା ଦାବିରେ କିଛି ଚାଷୀ ମୃତ୍ୟୁ ବରଣ କରିଛନ୍ତି । ସତ୍ୟବାଦୀ ଶାଖା ଅଲଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ପକ୍ଷରୁ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଗାଇବାଟିଆ ମେଳଣ ପଡିଆ ଠାରେ ରବିବାର ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଏ. ଆଇ. କେ. କେ. ଏମ.ଏସର ଜିଲ୍ଲା ସମ୍ପାଦକ କମ୍ରେଡସୁବସେ ବରାଳ ଯୋଗଦେଇ ଚାଷୀ ମାନଙ୍କ ସପକ୍ଷରେ ଏକ ଶପଥ ପାଠ ପଢ଼ି ଶୁଣାଇଥିଲେ । ଏହି ଆନ୍ଦୋଳନରେ ମୃତ୍ୟୁ ବରଣ କରିଥିବା ଚାଷୀ ମାନଙ୍କ ଉଦ୍ଦ୍ୟେଶରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶ୍ରାମ ସୁନ୍ଦର ମହାପାତ୍ର, ସୁବାଷ ବେହେରା, ହାଡିବନ୍ଧୁ ବେହେରା, ଶ୍ୟାମ ସୁନ୍ଦର ବାରିକ, ବିଶ୍ୱନାଥ ବେହେରା, ବିଜୟ ଭୋଇ ହରିହର ନାୟକ ପ୍ରମୁଖ ଶହୀଦ ବେଦୀରେ ମାଲ୍ୟାର୍ପଣ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୧୨/୨୦୨୦----୯,୪୦