ସାକ୍ଷୀଗୋପାଳ ଠାକୁରଙ୍କ ଘୋଡଲାଗି ବେଶ ଆରମ୍ଭ
ସାକ୍ଷୀଗୋପାଳ ------ ସାକ୍ଷୀଗୋପାଳ ମନ୍ଦିରରେ ଓଢ଼ଣଷଷ୍ଠୀ ପର୍ବ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ସାକ୍ଷୀଗୋପାଳ ଠାକୁରଙ୍କର ପାରମ୍ପାରିକ ଘୋଡଲାଗି ବେଶ ଅନୁଷ୍ଠିତ ହୋଇଥିଲା । ଦୈନଦିନ ଦେବନିତୀ ସହିତ ଦ୍ୱିପ୍ରହର ଧୁପ ବେଶରେ ନୁତନ ଘୋଡଲାଗି, ଯାତଭୋଗ, ଉପଚାର ଓ ଆଳତୀ କରାଯିବା ସହ ଆଜି ଦିନକ ପାଇଁ ସ୍ୱତନ୍ତ୍ର କାକେରା ଭୋଗ ଲାଗି କରାଯାଇଥାଏ ।= ଶୀତଯୋଗୁ ରେଶମ କପଡାରେ ପ୍ରସ୍ତୁତ କରାଯାଇଥିବା ନୂଆଘୋଡ (ଚାଦର) ଠାକୁରଙ୍କ ସର୍ବାଙ୍ଗ ଶରୀରରେ ଢ଼ାଙ୍କି ଦିଆଯାଇଥିଲା । ମୂଖମଣ୍ଡଳ ବ୍ୟତିତ ମସ୍ତକରେ ମୁଣ୍ଡଘୋଡ ( ମଫଲର ) ବାନ୍ଧି ଦିଆଯାଇଥିଲା । ଏଭଳିବେଶ ଆସନ୍ତା ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ପ୍ରତିଦିନ ଅନୁଷ୍ଠିତ ହେବ । ଏହି ସମୟରେ ଠାକୁରଙ୍କର କେବଳ ଶ୍ରୀମୁଖ ଦର୍ଶନ ମିଳିବ । ଅନୁରୂପ ଭାବେ ଶ୍ରୀରାଧାଙ୍କୁ ରେଶମ ଘୋଡରେ ଆଛାଦିତ କରାଯାଇଥିଲା । ମନ୍ଦିର ବେଢ଼ାରେ ରହିଥିବା ଅନ୍ୟ ଠାକୁରଙ୍କ ମଧ୍ୟରେ ମଦନମୋହନ, ଗୋପୀନାଥ, ଗଣେଶ, ନୃସଂହ, ବଳିବାବନ, ଶୁକର, ନବଗ୍ରହ, ମହାବୀର, ଲକ୍ଷ୍ମୀ, ସରସ୍ୱତୀ, ରାମ ଲକ୍ଷ୍ମଣ, ସୀତା, ଗରୁଡ ଓ ପତିତପାବନଙ୍କୁ ଘୋଡଲାଗି କରାଯାଇଛି । ଏହି ବେଶ ପୁରୀ ମନ୍ଦିରରେ ପାଳିତ ହେଉଥବା ସହିତ ସାକ୍ଷୀଗୋପାଳ ମନ୍ଦିରରେ ପାଳିତ ହେଉଛି । ଆଜିଠାରୁ ଶୀତ ଅଧିକ ହେବ ବୋଲି ଶାସ୍ତ୍ର ପୁରାଣରେ ଲିଖିତ ରହିଛି । ସେଥିଯୋଗୁ ପ୍ରଭୁ ଶ୍ରୀ ଗୋପିନାଥ ମା ରାଧା ରେଶମ କପଡା ଚଦରେ ଦିନରୁ ଆଦୃତ ହୋଇ ରହିଥାନ୍ତି ବୋଲି ମନ୍ଦିରର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୧୨/୨୦୨୦----୯.୪୫