Breaking News

ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗ୍ ମ୍ୟାଚର ୧୧ତମ ମ୍ୟାଚ; ସଂଜୟ ଫାଇଟର ଓ ରନିଙ୍ଗ ରିବେଲସ କ୍ଲବ ବିଜୟୀ


 ଡେଲାଙ୍ଗ ----- ଡେଲାଙ୍ଗ ବ୍ଲକ ଅଧିନସ୍ଥ ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗ୍ ସିଜିନ୬ ମ୍ୟାଚ ସୋମନାଥ ଷ୍ପୋଟିଂ ଗ୍ରାଉଣ୍ଡ ପଡିଆରେ ଅନୁଷ୍ଠିତ କ୍ରିକେଟ ମ୍ୟାଚର ୧୧ତମଲିଗ ମ୍ୟାଚର  ପ୍ରଥମ ମ୍ୟାଚ  ରନିଙ୍ଗ ରିବେଲସ  କ୍ରିକେଟ ଦଳ ସହିତ ବ୍ଳାକ ଟାଇଗର ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ବ୍ଳାକ ଟାଇଗର ଦଳ ଟସ୍ ଜିତି ପ୍ରଥମେ ବ୍ୟାଟି କରି  ୨୦ ଓଭର ରେ ୭ ଉଇକେଟ ହରାଇ ୧୬୪ ରନ ସଂଗ୍ରହ କରିଥିଲା ।   ଜବାବରେ ରନିଙ୍ଗ ରିବେଲସ ଦଳ ୧୮ ଓଭରରେ୪ ଉଇକେଟ ହରାଇ ୧୬୬ ରନ ସଂଗ୍ରହ କରିଥିଲେ ।  ରନିଙ୍ଗ ରିବେଲସ ଦଳ୬ ଉଇକେଟରେ  ବିଜୟୀ ହୋଇଥଲା । ଶୁଭମ ପାଟ୍ଟଶାଣୀ, ରମେଶ କୁମାର ମହାରଥୀ ମାନସ ମ୍ୟାଚ ପରିଚାଳନା କରିଥିଲେ ।  ସଂଗ୍ରାମ କେଶରୀ ଚମ୍ପତି ସ୍ଳୋରିଂରେ ରହିଥିଲେ । ସେହିପରି ୨ୟ ମ୍ୟାଚଟି ମହାବୀର ଫାଇଟର  କ୍ଳବ ସହିତ ସଂଜୟ ଫାଇଟର  କ୍ରିକେଟ ଦଳ ମଧ୍ୟରେ  ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ ଜିତି ସଂଜୟ ଫାଇଟର କ୍ଳବ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ଉଇକେଟ ହରାଇ ୧୬୮ ରନ ସଂଗ୍ରହ କରିଥିଲେ । ଜବାବରେ ମହାବୀର ଫାଇଟର ବ୍ଳାକ ଦଳ ୧୯.୩ ବଲରେ ସମସ୍ତ ଉଇକେଟ ହରାଇ ୧୪୬ ରନ ସଂଗ୍ରହ କରି ନେଇଥିଲା । ସଂଜୟ ଫାଇଟର ଦଳ ୨୨ରନରେ  ବିଜୟୀ ହୋଇଥିଲା । ଦୀପକ ସାଇରାମ ଓ ଲଲାଟେନ୍ଦୁ ପାତ୍ର ମ୍ୟାଚ ପରିଚାଳନା କରିଥିବା ବେଳେ ସଂଗ୍ରାମ ଚମ୍ପତି  ସ୍କୋରିଂ କରିଥିଲେ ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୦/୧୨/୨୦୨୦---୯,୩୦ 

Blog Archive

Popular Posts