Breaking News

ପ୍ରଦୀପ ମହାରଥୀ ମେମୋରିଆଲ କ୍ରିକେଟ କପର ଚତୁର୍ଥ ଦିବସ


 ଡେଲାଙ୍ଗ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ହରିରାଜପୁର ଗ୍ରାମ ପଞ୍ଚାୟତର ସୋମନାଥ ଦେବଙ୍କ ପଡିଆରେ ପ୍ରଦୀପ ମହାରଥୀ ମେମୋରିଆଲ କ୍ରିକେଟ କପ-୨୦୨୦ ମ୍ୟାଚ ଶୁକ୍ରବାର  ଚତୁର୍ଥ ଦିବସ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚ ଜଟଣୀ  କେ, ବି ଡ୍ୟୁ କ୍ରିକେଟ କ୍ଳବ କୁଦୁଆରି ବଜାର  ସହିତ କେ.ସି.ସି  କ୍ରିକେଟ କ୍ଳବ କୁଦୁଆରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କେବିଡ୍ୟୁ ଦଳ ଟଚ ଜିତି ପ୍ରଥମେ ବ୍ୟାଟିଂ କରି ୧୮. ୨ ବଲରେ ସମସ୍ତ ଉଇକେଟ ହରାଇ ୧୧୮ ରନ କରିଥିଲେ । ଜବାବରେ କେସିସି ଦଳ ୧୬ ଓଭରରେ ୪ ଉଇକେଟ ବିନିମୟରେ ୧୨୦ ରନ କରି  ବିଜୟୀ ହୋଇଥିଲେ । ଦୀପକ ମହାରଣା ଓ ଟୁନା ପାତ୍ର ପ୍ରଥମ ମ୍ୟାଚ ପରିଚାଳନା କରିଥିଲେ ।  ସେହିପରି ଅନ୍ୟ ମ୍ୟାାଚ ଏମ. କେ.ସି.ସି କୁମାରଖାତିଆ ଜଟଣୀ  ସହିତ ଭୁବନେଶ୍ୱର ମାର୍କେଟବିଲିଡିଂ କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏମ, କେ, ସି.ସି ଟଚ ଜିତି ବ୍ୟାଟିଂ କରି ୨୦ ଓଭରରେ, ୮ ଉଇକେଟ ବିନିମୟରେ  ୨୬୬ ରନ କରିଥିଲେ । ଜବାବାରେ ଭୁବନେଶ୍ୱର ମାର୍କେଟ ବିଲିଡିଂ କ୍ରିକେଟ ଦଳ ୧୭.୫ ଓଭରରେ ସମସ୍ତ ଉଇକେଟ ହରାଇ ୨୦୨ ରନ କରିଥିଲେ । ଏମ. କେ. ସି.ସି କ୍ରିକଟେ ଦଳ ୬୪ ରନରେ ବିଜୟୀ ହୋଇଛନ୍ତି । ବିକାଶ ପାତ୍ର ଓ ହାପି ମ୍ୟାଚ ପରିଚାଳନା କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୪/୧୨/୨୦୨୦---୯,୧୦

Blog Archive

Popular Posts