Breaking News

ଖବର ପ୍ରକାଶିତ ହେବା ପରେ ଦୁତୀ ପାଇଲେ ବିଲ

  ସାକ୍ଷୀଗୋପାଳ ----  ହାତଗୁଞ୍ଜା ନ ଦେବାରୁ ଜଣେ ଅସହାୟ ମହିଳା ତିନି ମାସ ହେଲା ଆବାସ ଯୋଜନାରେ ଘର କାମ ସାରିଥିଲେ ମଧ୍ୟ ଫାଇନାଲ ବିଲ ପାଇ ପାରୁନାହାନ୍ତି ବୋଲି ଖବର ପ୍ରକାଶିତ ହୋଇଥିଲା । ହିତାଧିକାରୀ ଜଣଙ୍କ ଏ ସମ୍ପର୍କରେ ସତ୍ୟବାଦୀ ବ୍ଳକ ବିଡିଓଙ୍କୁ ଅଭିଯୋଗ କରିଥିଲେ ଓ ନିତିଦିନର ପ୍ରତିନିଧି ଧୀରେନ୍ଦ୍ର ସେନାପତିଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କୁ ନଜରକୁ ଏ ଘଟଣା ଆଣିଥିଲେ । ଖବର ପ୍ରକାଶିତ ହେବାର ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାପାଳ ବଳୱନ୍ତ ସିଂହଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରା ହିତାଧିକାରୀଙ୍କ ଆକଉଣ୍ଟକୁ ୩୦ ହଜାର ଟଙ୍କା ପଠାଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବେଣାକେରା ଗ୍ରାମର ଦୁତୀ ପ୍ରଧାନ ରାଜ୍ୟ ସରକାରଙ୍କ ଆବାସ ଯୋଜନା ଗାଇଡି ଲାଇନି ଅନୁଯାୟୀ ୨୦୧୯/୨୦୨୦ ଆର୍ଥିକ ବର୍ଷରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ ବିଜୁ ପକ୍କାଘର ଯୋଜନାରେ ସାମିଲ ହୋଇଥିଲେ ।  ଘରର ଅଟକଳ ମୂଲ୍ୟ ୧ଲକ୍ଷ ୨୦ ହଜାର ଟଙ୍କା ରହିଛି । ସେ ଏହି ଘର ଖଣ୍ଡିକ ପାଇବା ପାଇଁ ବହୁ ସଂଗ୍ରାମ କରିବା ସହ ଧାର କରଜ କରି ଦୁତି ଘର କରିଲେ । ବ୍ଳକ ପକ୍ଷରୁ ଘର ତୁରନ୍ତ ଶେଷ କରିବା ପାଇଁ ତାଗିଦ କରଗଲା । ଦୁତୀ ଲାଗିପଡି ଘର କାମ ଶେଷ କଲେ । ଘର କାମ ଶେଷ କରିବା ପରେ ତିନି ମାସ ପରେ ବି ବିଲ ପାଉନଥିଲେ । ଶେଷରେ ଜିଲ୍ଲାପାଳ,  ବିଡିଓ ଓ ନିତିଦିନ ପ୍ରତିନିଧିଙ୍କ ଯୋଗୁ ସେ ତାଙ୍କର ବିଲ ପାଇଥିବାରୁ ସେ ଦୁଇ ଅଧିକାରୀଙ୍କୁ କୃତଜ୍ଞତା ଓ ସାଧୁବାଦ ଜଣାଇଛନ୍ତି । ବହୁଶିଘ୍ର ଦୁତୀଙ୍କ ଆକାଉଣ୍ଟକୁ ବୋନସ ଅର୍ଥ ଦିଆଯିବାର ବ୍ୟବସ୍ଥା କରାଯାଉଛି ବୋଲି ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୧୨/୨୦---୯,୦୫ 

Blog Archive

Popular Posts