Breaking News

ବରକେରାରେ ବିଶ୍ୱ ବନ୍ୟଜନ୍ତୁ ସଂରକ୍ଷଣ ଦିବସ ପାଳିତ


 ଡେଲାଙ୍ଗ ---------ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ବିଶ୍ୱ ବନ୍ୟଜନ୍ତୁ ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ପରିବେଶ କର୍ମୀ ତଥା ଶିକ୍ଷକ ମିଟୁ କିଶୋର ପ୍ରଧାନଙ୍କ ତତ୍ୱବଧାନରେ ଏହି ସଚେତନତା ସଭାର ଆୟୋଜନ କରାଯାଇଥିଲା । ପ୍ରଦିପ କୁମାର ସେଠୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନୁଷ୍ଠିତ ସଚେତନତା ସଭାରେ ଅଧ୍ୟକ୍ଷତା କରିଥିଲେ । କୋଭିଡ-୧୯ ଆଇନ ଅନୁଯାୟୀ ବନ୍ୟଜନ୍ତୁ ସଂରକ୍ଷଣ ସମ୍ପର୍କରେ ଆଲେଚନା କରାଯାଇଥିଲା । ଆଲେଚନାରେ ଶିକ୍ଷକ ପର୍ଶୁରାମ ସାହୁ, ବିରଞ୍ଚି ନାରାୟଣ ବରାଳ, ଶିକ୍ଷକ ତଥା ପରିବେଶ ର୍କମୀ ମିଟୁ କିଶୋର ପ୍ରଧାନ , ଶିକ୍ଷୟତ୍ରୀ ମଞ୍ଜୁଲତା ପ୍ରଧାନ ଓ ପ୍ରକୃତି ବନ୍ଧୁ ବିଶ୍ୱଜିତି ପରିଡାଙ୍କ ସହ ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ । ବନ୍ୟଜନ୍ତୁ ଏବେ ଜଙ୍ଘଲ ଛାଡି ଗ୍ରାମ ବା ସହର ମୁଖୀ ହୋଇଛନ୍ତି ।ସେମାନଙ୍କ ପାଇଁ ରହିଥିବା ବାସସ୍ଥାନ, ଖାଦ୍ୟ କମିଯାଉଛି । ଜଙ୍ଘଲ ପ୍ରତି ବର୍ଷ କମୁଛି । ସେଥିଯୋଗୁ ସେମାନେ ଜନବସତି ମୁହାଁ ହେଉଛନ୍ତି । ବିଗିଡି ଯାଉଛି ଇକୋ ସିଷ୍ଟମ । ଏଥିପାଇଁ ଆମେ ସମସ୍ତେ ଦାୟୀ । ବନ୍ୟଜନ୍ତୁ ମାନଙ୍କୁ ସୁରକ୍ଷିତ ଦେବା ସହ ସେମାନଙ୍କ ପ୍ରତି ଦାୟା ହେବା ଦରକାର । ଆମେ ସମସ୍ତେ ଗୋଟିଏ ଗୋଟିଏ ଇକୋ ସିଷ୍ଟମରେ ଗତି କରୁଛେ । ଏହା ଏପଟ ସେପଟ ହେଲେ ବିପର୍ଯ୍ୟସ୍ଥ ମାଡି ଆସୁଛି ବୋଲି ଯୋଗଦେଇଥିବା ବକ୍ତା ମାନେ ମତ ପ୍ରକାଶ କରିଥିଲେ । ଶିକ୍ଷକ ସୁଧୀର କୁମାର ଜେନା ଧନ୍ୟବାଦ ଦେଇଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୪/୧୨/୨୦୨୦---୯,୧୦

Blog Archive

Popular Posts