ବାଳକାଟୀ ବଜ଼ାରରେ ଜିଲ୍ଲାପାଳଙ୍କ ଚଢ଼ାଉ : ଦୁଇ ଗ୍ରୋସରି ଦୋକାନ ସିଲ
ବାଲିଅନ୍ତା :- ଖୋର୍ଦ୍ଧା ଜିଲ୍ଲାପାଳ ସୀତାଶୁଂ କୁମାର ରାଉତ ଆଜି ସନ୍ଧ୍ୟା ୭ ଟା ସମୟରେ ବାଳକାଟୀ ବଜ଼ାରରେ ଅଚାନକ ଚଢ଼ାଉ କରିଥିଲେ । ଦୁଇଟି ହୋଲସେଲର ତେଜରାତି ଦୋକାନ ସିଲ କରିବା ସହ ଜରିମାନା ଅସୁଲ କରିବା ନେଇ ନିର୍ଦେଶ ଦେଇଛନ୍ତି । ଉଭୟଙ୍କ ଠାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୫ ହଜାର ଲେଖାଏଁ ଜରିମାନା ଆଦାୟ କରାଯାଇଛି l ଉପରୋକ୍ତ ଦୁଇ ଦୋକାନରେ ୪୦ ରୁ ୫୦ ଜଣ ଗ୍ରାହକ ରୁଣ୍ଡ ହୋଇଥିଲେ । ହେଲେ ସଂପୃକ୍ତ ବ୍ୟବସାୟୀ ଦ୍ୱୟ ସାମାଜିକ ଦୂରତା ରକ୍ଷା କରିବା ନେଇ ଦୋକାନ ଆଗରେ ୧ ମିଟର ଦୂରତାରେ ମୁଣ୍ଡଳୀ କାଟିନଥିଲେ କି ଗ୍ରାହକ ମାନଙ୍କୁ ଦୂରତା ରକ୍ଷା କରି ଜିନିଷ କିଣିବା ନେଇ ତାଗିଦ କରିନଥିଲେ । ସାମାଜିକ ଦୂରତା ଭଙ୍ଗକରି ଜରିମାନା ଗଣିଥିବା ବ୍ୟବସାୟୀ ଦ୍ୱୟ ହେଲେ ହୃଷିକେଷ ସାହୁ ଓ ସନାତନ ସାହୁ । ଜିଲ୍ଲାପାଳଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେ ବାଲିଅନ୍ତା ତହସିଲଦାର ସଂଯୁକ୍ତା ସ୍ୱାଇଁ ଓ ବିଡ଼ିଓ ଆଦିକନ୍ଦ ବେହେରା ସାମିଲ ଥିଲେ ।