Breaking News

ଓଡ଼ଗାଁଅଞ୍ଚଳର ଦୁଇ ସାପ ଧରାଳି :ପେଷା କୁକୁଡ଼ା ଚାଷୀ କିନ୍ତୁ ନିଶା ସାପ ଧରିବା

ଓଡ଼ଗାଁ/କୁରାଳ - ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଦୁଇ ଯୁବକ ଜଗନ୍ନାଥ ସାହୁ ଏବଂ ଶୁଭାଶିଷ ସାମନ୍ତରାୟ । ସାପ ଧରିବାରେ ଉଭୟ ବେଶ ସିଦ୍ଧହସ୍ତ । ଉଭୟ ଇଂଜିନିୟରିଂପାଠ ଅଧ୍ୟୟନ କରିସାରିବା ପରେ କୌଣସି ଚାକିରୀ ନ ପାଇ ନିଜେ ସ୍ୱାବଲମ୍ବୀ ହୋଇ  ଉଭୟ କୁଶଳୀ କୁକୁଡ଼ାଚାଷୀ ଭାବେ ସମଗ୍ର ଅଞ୍ଚଳରେ ଜଣାଶୁଣା ।  ନିଶାଖୋର ସାପଧରାଳି ଭାବେ ନିଜର ଅନନ୍ୟପରିଚୟ ସୃଷ୍ଟି କରିପାରିଛନ୍ତି ଦୁଇ ଯୁବକ । ଉଭୟ ଦୀର୍ଘ ୩ବର୍ଷରୁ ଉର୍ଦ୍ଧ୍ବହେବ ଓଡ଼ଗାଁ ଅଞ୍ଚଳରେ କାହା ଘରେ କିମ୍ବା କୋଉଠି ସାପ ଦେଖିଲେ ଅଥବା କେହି ସାପ ଜନିତ ଅସୁବିଧାରେ ଥିଲେ ଖବର ଦେଲେ ସାପକୁ କାବୁ କରନ୍ତି  ।  ସାପ ଟିକୁ ସୁରକ୍ଷିତ ଅବସ୍ଥାରେ ରେଞ୍ଜରଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଜଙ୍ଗଲରେ ଛାଡ଼ିଦିଅନ୍ତି |ବର୍ତ୍ତମାନ ସୁଦ୍ଧା ୩୦୦ରୁ ଉର୍ଦ୍ଧ୍ବ ବିଷଧର ସାପକୁ କାବୁ କରିବାରେ ସଫଳ ହୋଇଛନ୍ତି ।ସାପଧରିବା ପାଇଁ ଆବଶ୍ୟକ ସମସ୍ତପ୍ରକାର ସରଞ୍ଜାମ ସରକାରଙ୍କତରଫରୁ ସେମାନଙ୍କୁ ଯୋଗାଇ ଦିଆଯାଇଛି ବୋଲି ରେଞ୍ଜର ରବୀନ୍ଦ୍ରନାଥ ପଣ୍ଡା ସୂଚନା ଦେଇଛନ୍ତି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts