Breaking News

ମଟର ସାଇକେଲ ଧକ୍କାରେ ଯୁବ ବ୍ୟବସାୟୀ ଆହତ

ସାକ୍ଷୀଗୋପାଳ ------- ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର ଶ୍ରୀରାମ ଟକିଜ ନିକଟରେ ମଟର ସାଇକେଲ ଧକ୍କାରେ ଯୁବ ବ୍ୟବସାୟୀ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ସୁଚନା ଯୋଗ୍ୟ ଯେ ରବିନ୍ଦ୍ର ନାଥ ଦାଶଙ୍କ ପୁଅ ବିବେକା ନନ୍ଦ ଦାଶ  ( ୪୪) ବୀରଗୋବିନ୍ଦପୁର ଠାରୁ ନିଜ ମଟର ସାଇକେଲ ଏଡି. ୧୩- ଏମ- ୩୨୪୫ ଗାଡିରେ ଦେକାନକୁ ଆସୁଥିଲେ । ସେହି ସମୟରେ ବେପାରୁଆ ଭାବେ ଜୟପୁର ଗ୍ରାମର ଦିବା ଶତପଥିୀ ନାମକ ଜଣେ ଯୁବକ ଏକ ମଟର ସାଇକେଲ ଆଣି ବିବେକାଙ୍କ ମଟର ସାଇକେଲ ସହିତ ଧକ୍କା ଲାଗିଥିଲା । ଯେଉଁଥିରେ ବିବେକା ଗୁରୁତର ଭାବେ ଆହତ ହୋଇ ପ୍ରଥମେ ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସା ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏକ ବେସରକାରୀ ମେଡିକାଲରେ ଚିକିତ୍ସା ହେଉଥିବା ଜଣାପଡିଛି । ଏ ସମ୍ପର୍କରେ ରବିନ୍ଦ୍ର ନାଥ ଦାଶ ଲିଖିତ ଭାବେ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥବା ଜଣାପଡିଛି । ଦୁର୍ଘଟଣାରେ ଦିବାକର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।
  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Popular Posts