ତହସିଲଦାର ଓ ବିଡିଓ ତୁରନ୍ତ ଟ୍ୱିଟର ଆକଉଣ୍ଟ ଖୋଲିବା ପାଇଁ ଦାବିପତ୍ର
ଡେଲାଙ୍ଗ ----- ପୁରୀ ଜିଲ୍ଲା ଡେଲାଙ୍ଗ ଟ୍ୱିଟର କ୍ଳବ ରାଜ୍ୟରେ କରୋନା ପାଇଁ ଲୋକମାନେ ସଠିକ ନ୍ୟାୟ ବା ଅତ୍ୟାବଶ୍ୟକୀୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଜନସାଧାରଣ ବିଭିନ୍ନ କାର୍ଯ୍ୟାଳୟକୁ ଆସି ପାରୁନାହାନ୍ତି । ଅନ୍ୟ ପକ୍ଷେ ପ୍ରଶାସନ ପକ୍ଷରୁ ସଟଡାଉନ ଓ ଲକ ଡାଉନ ଜାରି କରାଯାଉଛି । ଏଣୁ ଡେଲାଙ୍ଗ ବ୍ଳକରେ ତହସିଲଦାର ଓ ବିଡିଓ ତୁରନ୍ତ ଟ୍ୱିଟର ଆକାଉଣ୍ଟ ଖୋଲିବା ପାଇଁ ଏକ ଦାବି ପତ୍ର ଡେଲାଙ୍ଗ ଟ୍ୱିଟର କ୍ଳବର ସଭାପତି ରଶ୍ମି ରଞ୍ଜନ ପ୍ରଧାନ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ବିଶ୍ୱଜିତି ପାଢ଼ୀ, କୋଷାଧ୍ୟକ୍ଷ ତ୍ରିନାଥ ପରିଡା ଓ ରାକେଶ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ଦୁଇ ଅଧିକାରୀ ଟ୍ୱିଟର ଆକାଉଣ୍ଟ ଖୋଲିଲେ ଡେଲାଙ୍ଗ ଅଞ୍ଚଳର ବହୁ ସମସ୍ୟା ସମାଧାନ ବହୁ ଶିଘ୍ର ହୋଇ ପାରିବ ବୋଲି ଟ୍ୱିଟର କ୍ଳବର ସଭାପତି ଶ୍ରୀ ପ୍ରଧାନ କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି