Breaking News

କଣ୍ଟେନମେଣ୍ଟକୁ ଓଡ଼ଗାଁ ଜନସାଧାରଣଙ୍କର ବିରୋଧ ଘଟଣାସ୍ଥଳରେ ପୋଲିସ ପ୍ରଶାସନ



ଓଡ଼ଗାଁ/କୁରାଳ- ଗତକାଲି ପୁଣି ଦୀର୍ଘଦିନ ପରେ ପାଞ୍ଚ ବାହ୍ୟ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ତରଫରୁ ତତ୍ପରତା ଦେଖାଯାଇଛି । ଜିଲ୍ଲାପାଳ ପୋମାଟୁଡୁ  ଓଡ଼ଗାଁ ଏନ.ଏସିର ୪,୬ଏବଂ ୭ନଂ ୱାର୍ଡରେ ଥିବା ବିଭିନ୍ନ ସାହି ତଥା ବଜାରକୁ ଶନିବାର ଅପରାହ୍ନ ଗୋଟାଏରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଥିଲେ ।
ମାତ୍ର ଏହାକୁ କାର୍ଯ୍ୟକ୍ଷମ କରିବାକୁ ଯିବାବେଳେ ଏନ.ଏସି କର୍ତ୍ତୃପକ୍ଷ ବିରୋଧର ସମ୍ମୁଖୀନ ହୋଇଛନ୍ତି ।ଜନସାଧାରଣ କୌଣସି କଟକଣାକୁ ମାନିବାକୁ ପ୍ରସ୍ତୃତ ନଥିବାବେଳେ ନାକାବନ୍ଦୀକୁ ମଧ୍ୟ ବିରୋଧ କରିଛନ୍ତି।
ଜନସାଧାରଣଙ୍କର ଅଭିଯୋଗ ଅନୁଯାୟୀ ଗତ ୧୦ଦିନ ତଳେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କର ସଂସ୍ପର୍ଶରେ ଆସିଥିବା କୌଣସି ବ୍ୟକ୍ତିଙ୍କର ପ୍ରଶାସନର ଅବହେଳା ହେଉ ଅବା ଅପାରଗତା କାରଣରୁ ଚିହ୍ନଟ ନ କରାଯିବା ସହ ସ୍ୱାବ ମଧ୍ୟ ପରୀକ୍ଷଣ ପାଇଁ ନିଆଯାଇନଥିଲା। ଆକ୍ରାନ୍ତଙ୍କ ଘର ବ୍ୟତୀତ ଅନ୍ୟ କେଉଁଠି ବିଶୋଧନ କାର୍ଯ୍ୟ ମଧ୍ୟ କରାଯାଇନଥିଲା । ଏହାକୁ ଜନସାଧାରଣ ବିରୋଧ କରିଥିଲେ । ଘଟଣାସ୍ଥଳରେ ଏନ.ଏସି ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ,ଓଡ଼ଗାଁ ଆଦର୍ଶଥାନା ଆଇ.ଆଇ.ସି ପ୍ରଜ୍ଞା ପାରମିତା ଜେନା ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି ।ଅନ୍ୟପକ୍ଷରେ ଏହି ୩ଟି ୱାର୍ଡର ୯ଟି ସ୍ଥାନରେ ନାକାବନ୍ଦୀ ହେବାର ସୂଚନା ମିଳିଅଛି।
ରିପୋର୍ଟ- ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts