Breaking News

ବରକେରାରେ ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳିତ

ଡେଲାଙ୍ଗ ----- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରା ପରିସରରେ ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳିତ ହୋଇଯାଇଛି । ଶିକ୍ଷକ ତଥା ପରିବେଶ ପ୍ରେମି ମିଟୁ କିଶୋର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ଆୟାଜନ କରିଥିଲେ । କୋଭିଡ-୧୯ ଆଇନର ସାମାଜିକ ଦୂରତା ରକ୍ଷା କରି ଗ୍ରାମରେ ଏକ ଜନସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।  ନୂତନ ଜଙ୍ଗଲ ସୃଷ୍ଟି କରିବା ସହ ଜଙ୍ଗଲରେ ଥିବା ପଣୁପକ୍ଷୀ ତଥା ବାଘକୁ ନିରାପଦାରେ ରଖା ଯାଇ ପାରିବ ସେ ସମ୍ପର୍କରେ ଆଲେଚନା କରାଯାଇଥିଲା । ଶିକ୍ଷକ ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ଆମେ ଜଙ୍ଘଲ ସୃଷ୍ଟି କରିବ ପରିବର୍ତ୍ତେ ନଷ୍ଟ କରି ଚାଲିଛେ । ଯେଉଁ ପରିମାଣର ଜଙ୍ଗଲ ନଷ୍ଟହେଉଛି ସେହି ପରିମାଣର ଜଙ୍ଗଲ ସୃ୍‌ଷ୍ଟି ହୋଇ ପାରୁନାହିଁ । ଯାହା ଫଳରେକି ବାଘ, ହାତୀ ଓ ଜଙ୍ଗଲରେ ବସବାସ କରୁଥିବା ଜୀବଜନ୍ତୁ ଗାଁ , ସହର ମୁହାଁ ହେଉଛନ୍ତି । ଏଥିପାଇଁ ମଣିଷ ଦାୟୀ ବୋଲି ଅନୁଷ୍ଠିତ ଜନସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ । ଅନୁଷ୍ଠିତ ଜନସଚେତନତା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରକେରାର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ । ପ୍ରକୃତିବନ୍ଧୁ ବିଶ୍ୱଜିତି ପରିଡା, ଶିକ୍ଷୟତ୍ରୀ ମଞ୍‌ୁଳତା ବରାଳ, ସୁଧିର କୁମାର ଜେନା, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଛାତ୍ର ଛାତ୍ରୀ ମାନେ ଯୋଗଦେଇଥିଲେ ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତ

Blog Archive

Popular Posts